ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ । ୨୦ ମାର୍ଚ ଯାଏଁ ଚାଲିବ ଦଶମ ପରୀକ୍ଷା, ୩୦ ମାର୍ଚରେ ସରିବ ଦ୍ୱାଦଶ ପରୀକ୍ଷା

317

କନକ ବ୍ୟୁରୋ : ରାଜ୍ୟରେ ଫେବ୍ରୁଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା । ଏନେଇ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ କିଛି ସ୍ପଷ୍ଟ କରିନଥିଲେ ମଧ୍ୟ ପରୀକ୍ଷା ନେଇ ପ୍ରସ୍ତୁତି ଚାଲିଛି । ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବି ସିବିଏସଇ ଏହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରିଛି । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ ହେବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ଘୋଷଣା ହୋଇଛି ।

ସିବିଏସଇ ଦଶମ ପରୀକ୍ଷା ୨୦୨୦ ମସିହା ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ ୨୦ ତାରିଖରେ ଶେଷ ହେବ । ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷା ଫେବ୍ରଆରୀ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ ୩୦ ତାରିଖରେ ଶେଷ ହେବ । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ । ପ୍ରତ୍ୟକ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପଢିବା ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ । ସିବିଏସଇ ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟରେ ସିବିଏସଇ ପରୀକ୍ଷା ସମ୍ପର୍କିତ ସମସ୍ତସୂଚନା ମିଳିପାରିବ ।