କନକ ବ୍ୟୁରୋ : ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ଜଣେ ବିଦେଶୀ ନେତା ମୁଖ୍ୟ ଅତିଥି ହେବାର ପରମ୍ପରା ରହିଛି । ଏହି କ୍ରମରେ ଚଳିତ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ମୁଖ୍ୟ ଅତିଥି ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ କୌଣସି କାରଣରୁ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାପରେ ଭାରତ ତରଫରୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦି ମାକ୍ରୋ ଏହି ନିମନ୍ତ୍ରଣକୁ ସ୍ୱୀକାର କରନ୍ତି ତେବେ ସେ ଷଷ୍ଠ ଥର ପାଇଁ ମୁଖ୍ୟ ଅତିଥୀ ହେବାକୁ ଯାଉଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
୯୭୬ ମସିହାରୁ ଏପର୍ଯ୍ୟନ୍ତ ଭାରତ ୫ଥର ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ କରିଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫ୍ରାନ୍ସର ବେଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପରେଡରେ ଯୋଗ ଦେବାରେ ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଏହି ପରେଡରେ ଭାରତୀୟ ରାଫାଲ ମଧ୍ୟ ତାର ପରାକାଷ୍ଠା ଦେଖାଇଥିଲା ।
ସେପଟେ ନିମନ୍ତ୍ରଣକୁ ଗ୍ରହଣ ନକରିବା ପଛରେ ଜୋ-ବାଇଡେନଙ୍କର କଣ ରହିଛି କାରଣ ସେନେଇ ଆମେରିକୀୟ ରାଜଦୂତ ଏରିକ ଗୋସେଟୀ କହିଛନ୍ତି କି, ଭାରତ ତରଫରୁ ନିମନ୍ତ୍ରଣକୁ ବ୍ୟସ୍ତତା କାରଣରୁ ଜୋ-ବାଇଡେନ ଅଗ୍ରାହ୍ୟ କରିଛନ୍ତି । ଏହାସହ ଜାନୁଆରୀ ମାସରେ ଭାରତରେ ହେବାକୁ ଥିବା କ୍ୱାଡ ସମ୍ମିଳନୀକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ବୈଠକ ଜାନ୍ରୁଆରୀ ୨୬ ତାରିଖ ପାଖା ପାଖି ହେବାର ଥିଲା ।