କଟକ ଏସପି ଅଫିସ ଘେରାଉ କରିବ ବିଜେପି । ସଂକଳ୍ପ ଯାତ୍ରା ବେଳେ ବିଜେଡିର ଗୁଣ୍ଡାରାଜକୁ କଡା ବିରୋଧ

96

କନକ ବ୍ୟୁରୋ: କଟକରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ବିଜେଡ଼ିର ବିରୋଧକୁ ନେଇ ସମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ୍ କରିଛି ବିଜେପି । ୧୦ ତାରିଖରେ କଟକ ଜିଲ୍ଲା କିସନନଗର ଥାନା ମାଣପୁର ପଂଚାୟତରେ ଚାଲିଥିବା କାର୍ଯ୍ୟକ୍ରମକୁ ବିଜେଡି ବିରୋଧ କରିଥିଲା । ଏହାକୁ ନେଇ ୧୨ ତାରିଖରେ ପଂଚାୟତ ଅଫିସ ଆଗରେ ବିଜେପିର ପ୍ରତିବାଦ ବେଳେ ବିଜେପି କର୍ମୀଙ୍କୁ ଆତର୍କିତ ଆକ୍ରମଣ କରିଥିଲା ବିଜେଡି । ଆକ୍ରମଣକୁ ନେଇ ବିଜେପି ପକ୍ଷରୁ କିସନନଗର ଥାନାରେ ଏତଲା ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ବିଜେଡ଼ି ପକ୍ଷରୁ ପାଲଟା ଏତଲା ରଖିଥିବା ବିଜେପି ଅଭିଯୋଗ କରିଛି । ତେଣୁ ବିଜେଡ଼ିର ଗୁଣ୍ଡାରାଜ ବିରୋଧରେ ବିଜେପି କଟକ ଏସପି ଅଫିସ ଘେରାଉ କରିବ ବୋଲି କହିଛି ।