୨୦୨୪ରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ହକି ଇଣ୍ଡିଆ ସଭାପତି । ସୁନ୍ଦରଗଡରେ ପୁଣି ହେବ କି ବଡ ଟକ୍କର, ଗାଁ ଗାଁରେ ବୁଲି କ୍ଷେତ୍ର ପ୍ରସ୍ତୁତ କଲେଣି ଦିଲ୍ଲୀପ ତିର୍କୀ

464

କନକ ବ୍ୟୁରୋ : ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ଦିଲ୍ଲୀପ ତିର୍କୀ? ସୁନ୍ଦରଗଡରେ ପୁଣି ହେବ କି ବଡ ଟକ୍କର ? ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ । ହକି ପାଇଁ ସାରା ଦେଶରେ ତାଙ୍କର ଏକ ସ୍ୱତନ୍ତ୍ର କ୍ରେଜ୍ ରହିଛି । ଦିନେ ଭାରତୀୟ ହକି ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ହେଲେ ଏବେ ସେ ଜଣେ ଦକ୍ଷ ରାଜନେତା । ୨୦୧୪ରେ ବିଜେଡିରୁ ସୁନ୍ଦରଗଡ ଲୋକସଭା ଆସନରୁ ଲଢି ଜୋରଦାର ଟକ୍କର ଦେଇଥିଲେ ଜୁଏଲ ଓରାମଙ୍କୁ । ହେଲେ ୨୦୧୯ରେ ରାଜନୀତିରୁ ଦୂରେଇ ରହିଥିଲେ । ଏବେ ପୁଣି ଚର୍ଚ୍ଚା ହେଉଛି ୨୦୨୪ରେ ସୁନ୍ଦରଗଡ ଲୋକସଭା ଆସନରୁ ଦିଲ୍ଲୀପ ଲଢିପାରନ୍ତି । ସେଥିପାଇଁ ଏବେ ଠାରୁ ସେ ନିଜ ଅଂଚଳର ଗାଁକୁ ଗାଁ ଯାଇ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।