ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କର ପରଲୋକ, କ୍ୟାନ୍ସର ପୀଡିତ ହୋଇ ଚିକିତ୍ସାଧୀନ ଥିଲେ

129

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । କ୍ୟାନ୍ସରରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସାଧିନ ହେଉଥିବା ଅବସ୍ଥାରେ ଗୁଜୁରାଟ ଜାମନଗରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସଲିମ ଦୁରାନି । କ୍ରିକେଟରେ ତାଙ୍କର ପ୍ରଦର୍ଶନ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଛି ।

ସ୍ପିନ୍ ଅଲରାଉଣ୍ଡର ସଲୀମ ଦୁରାନିଙ୍କ ଜନ୍ମ ୧୯୩୪ ଡିସେମ୍ବର ୧୧ ତାରିଖରେ ଆଫଗାନିସ୍ତାନ କାବୁଲରେ ହୋଇଥିଲା । ତାଙ୍କୁ ଯେତେବେଳେ ୮ ମାସ ହେବା ବେଳକୁ ତାଙ୍କ ପରିବାର ପାକିସ୍ତାନର କରାଚିରେ ଆସି ଅବସ୍ଥାନ କରିଥିଲେ । ଏହାପରେ ଯେତେବେଳେ ଭାରତ ପାକିସ୍ତାନ ବିଭାଜନ ହେଲା ତାଙ୍କ ପରିବାର ଭାରତ ପଳାଇ ଆସିଥିଲେ ।

କ୍ରିକେଟର ଦୁରାନି କ୍ରିକେଟ ଜଗତରେ ୬୦-୭୦ ଦଶକରେ ନିଜର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୧୯୬୦ରେ ଅଷ୍ଟ୍ରେଲିଆରେ ସେ ପଅ୍ରଥମ ଥର ପାଇଁ ମୁମ୍ବାଇ ଟେଷ୍ଟରେ ନିଜର ଡେବ୍ୟୁ ଦେଇଥିଲେ । ତାଙ୍କର ବୋଲିଂ ସମସ୍ତଙ୍କୁ ଚକିତ କରୁଥିଲା ।