ଦଙ୍ଗା ପରେ ବିସ୍ଫୋରଣ ଓ ଗୁଳିମାଡ, ଜଣେ ମୃତ, ୫ଗୁରୁତର: ଉପଦ୍ରବକାରୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ପ୍ରଶାସନ

486

କନକ ବ୍ୟୁରୋ: ବିହାରର ସାସାରାମ ହିଂସା ଓ ନାଳନ୍ଦାରେ ହିଂସା ଏବେ ଆହୁରି ଉଗ୍ର ହୋଇ ଉଠିଛି । ବିହାରସରିଫରେ ଶନିବାର ରାତିରେ ଗୁଳିମାଡ ସହ ନାଳନ୍ଦାରେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ସୂଚନା ମୁତାବକ, ଶନିବାର ରାତିରେ ହିଂସା ପରେ ୧୨ ଉପଦ୍ରବକାରୀ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ । ଏଥିରେ ଏକାଧିକ ଲୋକ ଆହତ ହୋଇଥିଲେ । କୁହାଯାଉଛି ଯେ, ଶେରଗଞ୍ଜର ସହଜୁମାରେ ବୋମା ପ୍ରସ୍ତୁତ କରାଯାଉଥିଲା । ଏହି ସମୟରେ ସେଠାରେ ବିସ୍ଫୋରଣ ହୋଇଥିଲା । ଯେଉଥିରେ ୬ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଅନ୍ୟପଟେ କିଛି ସ୍ଥାନରେ ୧୪୪ ଧାରା ଜାରି କରାଯିବା ସହ ଇଣ୍ଟରନେଟ୍ ବନ୍ଦ କରାଯାଇଛି । ନାଳନ୍ଦା ଓ ସସାରାମରେ ହିଂସାର ଭୟବହତାକୁ ଦୃଷ୍ଟିରେ ରଖଇଚି ଲୋକେ ଘର ଛାଡି ପଳାଉଥିବା ଦେଖିବାକୁ ମିଳୁଛି ।