ବନବିଭାଗ କର୍ମଚାରୀଙ୍କୁ ମିଳିଲା ବଳ । ଆତ୍ମରକ୍ଷା ପାଇଁ ଚଳାଇପାରିବେ ଗୁଳି । ରାଜ୍ୟ ସରକାର ଦେଲେ ଅନୁମତି

220

କନକ ବ୍ୟୁରୋ: ବନ କର୍ମଚାରୀଙ୍କୁ ମିଳିଲା ବଳ । ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ । ଏ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ନିକଟରେ ଶିମିଳିପାଳରେ ଦୁର୍ବୃତଙ୍କ ଆକ୍ରମଣରେ ବନ ଅଧିକାରୀ ପ୍ରାଣ ହରାଇଥିଲେ । ଏହାପରେ ବନ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସମସ୍ତ ଦିଗକୁ ବିଚାର କରି ଓ ବନ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଫରେଷ୍ଟ ଗାର୍ଡଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।