ହିସାବ କିତାବ ୨୦୨୩-୨୪ : ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ

275

କନକ ବ୍ୟୁରୋ : ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି । ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା । ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଏବଂ ଏୟାରଷ୍ଟ୍ରିପର ହେବ ପୁନରୁଦ୍ଧାର ।  ଆଦିବାସୀଙ୍କ ବିକାଶ ପାଇଁ ୧୫ ହଜାର କୋଟି ଏବଂ ପ୍ରଧାନମନ୍ତ୍ରୀ ଆବାସରେ ଖର୍ଚ୍ଚ ହେବ ୭୯ ହଜାର କୋଟି ଟଙ୍କା ।

ତେବେ ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁଠୁ ଦ୍ରୁତ ଅଭିବୃଦ୍ଧିର ଅର୍ଥବ୍ୟବସ୍ଥା । କରୋନା ସତ୍ତେ୍ୱ ମଧ୍ୟ ସଠିକ ରାସ୍ତାରେ ରହିଛି ଭାରତୀୟ ଅର୍ଥବ୍ୟବସ୍ଥା । ଭାରତର ଚ୍ୟାଲେଞ୍ଜର ସାମ୍ନା କରିଛି, ଅନ୍ୟଙ୍କୁ ସହଯୋଗର ହାତ ବଢାଇଛି । କରୋନା କାଳରେ ୮୦ କୋଟି ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଇଛି । ସବକା ପ୍ରୟାସ ମନ୍ତ୍ର ଜରିଆରେ ସମସ୍ତଙ୍କର ଜୀବନରେ ସୁଧାର ଅଣାଯାଇଛି । ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ସେହିପରି ବିଶ୍ୱରେ ମାନ୍ଦାବସ୍ଥା ସତ୍ତେ୍ୱ ମଧ୍ୟ ଭାରତର ବିକାଶ ଦର ୭ ପ୍ରତିଶତ । ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ଦୁଇଗୁଣା ବଢିଛି । ଏବେ ପ୍ରତି ବ୍ୟକ୍ତିଙ୍କ ଆୟ ୧.୯୭ ଲକ୍ଷରେ ପହଞ୍ଚିଛି ।

ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି, କିନ୍ତୁ ଭାରତର ଅର୍ଥବ୍ୟବସ୍ଥା ମଜବୁତ ରହିଛି । ବ୍ୟବସାୟ ଓ ନିବେଶ ପାଇଁ ଦେଶରେ ଅନୁକୂଳ ପରିବେଶ । ଡିଜିଟାଲ ନେଣଦେଣରେ ଭାରତ ରେକର୍ଡ କରିଛି । ଏବେ ବିଶ୍ୱର ୫ମ ବଡ ଅର୍ଥବ୍ୟବସ୍ଥା ପାଲଟିଛି ଭାରତ । ଜି-୨୦ର ଅଧ୍ୟକ୍ଷତା କରିବା ଭାରତର ସବୁଠୁ ବଡ ଉପଲବ୍ଧି । ମହିଳାଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରାଯାଇଛି । ଜନଧନ ଯୋଜନାରେ ୪୭.୮ କୋଟି ଆକାଉଣ୍ଟ ଖୋଲାଯାଇଛି । ଏହି ବଜେଟ ଜରିଆରେ ଆଗାମୀ ୧୦୦ ବର୍ଷର ରୂପରେଖ ପ୍ରସ୍ତୁତ କରାଯାଉଛି । ପିପିପି ମୋଡରେ ପର୍ଯ୍ୟଟନକୁ ଫୋକସ ।