ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ ଆଶାବାଦୀ ଅଛି ଇସ୍ରୋ 

269

କନକ ବ୍ୟୁରୋ: ତାରିଖ ଜୁଲାଇ ୧୪  । ସମୟ ଦିବା ୨ଘଣ୍ଟା ୩୫ ମିନିଟ । ଚନ୍ଦ୍ର ଅଭିମୁଖେ ଗତି କରିବ ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ ଥ୍ରୀ । ଆନ୍ଧ୍ର୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରରୁ ଚନ୍ଦ୍ରାଯାନ ଉତକ୍ଷେପଣ କରାଯିବ । ଶୀଘ୍ର ଇସ୍ରୋ ଏହାର ତୃତୀୟ ଚନ୍ଦ୍ରଯାନ ଉତକ୍ଷେପଣ କରିବ ।

ଭାରତୀୟ ଗବେଷଣା ସଂସ୍ଥା ବା ଇସ୍ରୋ ଚଳିତ ମାସ  ୧୪ ତାରିଖରେ ଚନ୍ଦଯାନ-ଥ୍ରୀ  ଉତକ୍ଷେପଣ ନେଇ ଘୋଷଣା କରିଛି । ଇସ୍ରୋ ମୁଖ୍ୟ ଏସ ସୋମନାଥ ଜୁଲାଇ ୧୩ରୁ ୧୯ ମଧ୍ୟରେ ଚନ୍ଦ୍ରଯାନର ଉତକ୍ଷେପଣ ନେଇ କହିଥିବାବେଳେ ଜୁଲାଇ ୧୪ ତାରିଖରେ ଉତକ୍ଷେପଣ ନେଇ ସ୍ଥିର କରିଛନ୍ତି । ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ନୂତନ ଲଂଚ ଭେଇକିଲ ଏଲଭିଏମ-ଥ୍ରୀ ସାହାଯ୍ୟରେ ଅପରାହ୍ନ ୨ଟା ୩୫ରେ ଏହା ଉତକ୍ଷେପଣ କରାଯିବାର ସୂଚନା ରହିଛି ।

‘ଚନ୍ଦ୍ରଯାନ-୩’ ବିଷୟରେ ତଥ୍ୟ 

– ‘ଚନ୍ଦ୍ରଯାନ-ଥ୍ରୀ’ ହେଉଛି ‘ଚନ୍ଦ୍ରଯାନ-ଟୁ’ର ଏକ ଫଲୋଅପ ଅଭିଯାନ

-ଯାହା ଏହାର ଲ୍ୟାଣ୍ଡର ଓ ରୋଭର ବ୍ୟବହାର କରି ସୁରକ୍ଷିତ ଅବତରଣ କରିବ 

– ଚନ୍ଦ୍ରପୃଷ୍ଠରେ ବୁଲିବା ପାଇଁ ସମସ୍ତ କ୍ଷମତା ପ୍ରଦର୍ଶନ କରିବ 

-ଏହାର ଲ୍ୟାଣ୍ଡର ଏବଂ ରୋଭର ଶହେ କିଲୋମିଟର ପରିଧି ଭିତରେ ଚନ୍ଦ୍ର କକ୍ଷପଥରେ ପ୍ରପଲସନ ମଡ୍ୟୁଲ ଦ୍ୱାରା ଗତି କରିବ

-ଏହି ପ୍ରକଳ୍ପର ଆନୁମାନିକ ବଜେଟ ୬୧୫ କୋଟି ରହିଛି

-ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବିଷୟରେ ଅଧିକ ରହସ୍ୟ ତଥ୍ୟ ଦେବାରେ ସାହାଯ୍ୟ କରିବ 

 ‘ଚନ୍ଦ୍ରଯାନ-୩’ ଅଭିଯାନର ଲକ୍ଷ୍ୟ 

– ଚନ୍ଦ୍ରଯାନ-୩ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ସପ୍ଟ ଲ୍ୟାଣ୍ଡିଂ କରିବା ଅର୍ଥାତ୍ ଏକ ନିରାପଦ ଓ ସ୍ୱାଭାବିକ ଅବତରଣ କରିବା 

-ଲୁନାର ରୋଭର ଟେକ୍ନୋଲୋଜି ସାହାଯ୍ୟରେ ଚନ୍ଦ୍ରପୃଷ୍ଠରେ ଭ୍ରମଣ କରିବା 

-ଚନ୍ଦ୍ରପୃଷ୍ଠରେ ବୈଜ୍ଞାନିକ ଅନୁସନ୍ଧାନ କରିବା 

୨୦୧୯ରେ ‘ଚନ୍ଦ୍ରଯାନ-୨’ ଥିଲା ଭାରତର ଦ୍ୱିତୀୟ ଅଭିଯାନ । ବିକ୍ରମ ନାମକ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବସ୍ଥାପିତ କରିବାର ଥିଲା । ହେଲେ ଦୁର୍ଘଟଣା ବା କ୍ରାସ ଯୋଗୁଁ ଭାରତର ଏହି ଚନ୍ଦ୍ର ଅଭିଯାନ ବିଫଳ ହୋଇଥିଲା ।  ‘ଚନ୍ଦ୍ରଯାନ-୨’ର ବିଫଳତା ପରେ ଏବେ ‘ଚନ୍ଦ୍ରଯାନ-୩’ର ଅଭିଯାନ ଆରମ୍ଭ କରାଯିବ । ଯଦି ଏହି ଉତକ୍ଷେପଣ ସଫଳ ହେବ ତେବେ ବିଶ୍ୱର ୪ର୍ଥ ଦେଶଭାବେ ଭାରତ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ଦେଶ ମଧ୍ୟରେ ପରିଗଣିତ ହେବ । ପୂର୍ବରୁ ରୁଷ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିସାରିଛନ୍ତି ।