ଇଡିରେ ହାଜର ହୋଇପାରନ୍ତି ଫିଲ୍ମ ନିର୍ମାତା ଅକ୍ଷୟ ପରିଜା : ଶ୍ରଦ୍ଧାଞ୍ଜଳି ଓ ଅର୍ଚ୍ଚନାଙ୍କ ବିରୋଧରେ ଦେଇଥିବା ଏତଲା ଆଧାରରେ ସମନ କରିଥିବା ସୂଚନା

91

କନକ ବ୍ୟୁରୋ : ଇଡିରେ ହାଜର ହେବେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା । ସେ ନୟାପଲ୍ଲୀ ଥାନାରେ ଦେଇଥିବା ଏତଲା ଆଧାରରେ ଇଡି ତାଙ୍କୁ ହାଜର ହେବା ପାଇଁ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅକ୍ଷୟ ପରିଜା ଏତଲାରେ ଦର୍ଶାଇଥିଲେ, ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ବେହେରା ତାଙ୍କୁ ବ୍ଲାକମେଲ କରି ଟଙ୍କା ମାଗୁଛନ୍ତି । ଟଙ୍କା ନଦେେଲେ ତାଙ୍କ ସାମାଜିକ ସମ୍ମାନ ନଷ୍ଟ କରିଦେବେ ବୋଲି ଧମକ ଦେଉଛନ୍ତି । ଯାହାକୁ ନେଇ ସେ ବିବ୍ରତ ଅଛନ୍ତିି ।

ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର ପୂର୍ବରୁ ପରିଚୟ ଥିଲା ଓ ସେ ତାଙ୍କୁ ଫିଲ୍ମରେ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ଧିରେ ଧିରେ ସମ୍ପର୍କ ବଢ଼ିବା ପରେ ସେ ନିକଟତର ହୋଇଥିଲେ । ଏବଂ ସେମାନଙ୍କର କିଛି ଅନ୍ତରଂଗ ମୁହୁର୍ତ୍ତର ଫଟୋ ଅର୍ଚ୍ଚନାଙ୍କ ପାଖରେ ରହିଛି । ଯାହାକୁ ପରବର୍ତ୍ତୀ ସମୟରେ ସେମାନେ ସାମାଜିକ ଗଣମାଧ୍ୟମରେ ଛାଡି ଦେଇଛନ୍ତି । ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାକୁ ନିବେଦନ କରିଥିଲେ ।