ପୁରା ଆମେରିକାକୁ ଧ୍ୱଂସ କଲାଭଳି ମିସାଇଲ ପରୀକ୍ଷା କଲା ଉତ୍ତର କୋରିଆ: ଝିଅ ସହ ଦୂରରୁ ଦୃଶ୍ୟକୁ ଦେଖିଲେ କିମ୍ ଜୁଙ୍ଗ

245

କନକ ବ୍ୟୁରୋ: ଆମେରିକ ସହ ମିତ୍ର ରାଷ୍ଟ୍ରଙ୍କୁ ପରମାଣୁ ଆକ୍ରମଣ ଧମକ ଦେଇଛନ୍ତି ଉତ୍ତର କୋରିଆ ରାଷ୍ଟ୍ରପତି କିମ୍-ଜଙ୍ଗ ଉନ୍ । ଏଥିପାଇଁ ସେ ଆରମ୍ଭ କରିଦେଇଛନ୍ତି ମିଶାଇଲ ପରୀକ୍ଷଣ । ପରୀକ୍ଷଣ ପୂର୍ବରୁ ଓ ପରୀକ୍ଷଣ ସମୟର ଦୃଶ୍ୟକୁ ଝିଅ ସହ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।ଆମେରିକାର କଡା ଚେତାବନୀ ପରେ ବି ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିଛି । କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବର ଓ ସେହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କାରଣ କିମ୍ ଜଙ୍ଗ- ଉନ୍ ଜଣେ ଝିଅର ହାତ ଧରି ଯାଉଥିବା ଦେଖିବାକୁ ମିଳିଛି । ଝିଅ ଜଣକ ଆଉ କେହି ନୁହଁନ୍ତି ବରଂ ତାଙ୍କ ଝିଅ । ପ୍ରଥମ ଥର ପାଇଁ ନିଜର ଝିଅଟିଏ ଥିବା ସାରା ଦୁନିଆକୁ ଜଣାଇଛନ୍ତି ।

ସୂଚନା ମୁତାବକ, ଶୁକ୍ରବାର ସ୍ୱାସଙ୍ଗ-୧୭ ଉତ୍ତରକୋରିଆ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଏହି ସମୟରେ ରାଷ୍ଟ୍ରପତି କିମ୍ ଜଙ୍ଗ ଉନଙ୍କ ସହ ତାଙ୍କ ଝିଅ ଉପସ୍ଥିତ ଥିବା ଦେଖାଯାଉଛି । ଅବଶ୍ୟ ତାଙ୍କ ଝିଅର ନାଁ ଜଣାପଡିନାହିଁ । ଝିଅ ସହ ଏତେ ନିର୍ଭିକ ଭାବେ ମିସାଇଲ ପରୀକ୍ଷଣକୁ ଦେଖିବାର ଫଟୋକୁ ଦେଖିଲେ ଲାଗୁଛି ପ୍ରକୃତରେ କିମଙ୍କୁୁ ଦୁନିଆଁର କୌଣସି ଶକ୍ତିକୁ ଡର ନାହିଁ ।ପ୍ରଖ୍ୟାତ ଫୁଟବଲ ଖେଳାଳି ବାସ୍କେଟ୍‌ବଲ୍‌ ଖେଳାଳି ଡେନିସ୍ ରଡ୍‌ମ୍ୟାନ୍‌ ବ୍ରିଟିସଙ୍କ କହିବା ମୁତାବକ, ୨୦୧୩ରେ ପୂର୍ବତନ ବାସ୍କେଟ୍‌ବଲ୍‌ ଖେଳାଳି ଡେନିସ୍ ରଡ୍‌ମ୍ୟାନ୍‌ ବ୍ରିଟିସ୍‌ ଦୈନିକ ‘ଦି ଗାର୍ଡିଆନ୍‌’କୁ କହିଥିଲେ ଯେ, ‘ଜୁ ଆଏ’ ବୋଲି କିମ୍‌ଙ୍କର ପିଲାଟିଏ ଅଛି। ସେ (ରଡ୍‌ମ୍ୟାନ୍‌) କିମ୍‌ଙ୍କ ପରିବାର ସହିତ କିଛି ସମୟ ଅତିବାହିତ କରିଥିଲେ। କିମ୍‌ଙ୍କ ପତ୍ନୀ ରି ସୋଲ୍‌ ଜୁ’ଙ୍କ ସହିତ ମଧ୍ୟ ସେ ଆଳାପ କରିଥିଲେ।