୫୦ ବର୍ଷ ବୟସରେ ପାଦ ଦେଲେ କ୍ରିକେଟ୍ କିଙ୍ଗ ସଚିନ ତେନ୍ଦୁଲକର : ବାଲୁକା କଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

155

କନକ ବ୍ୟୁରୋ : କ୍ରିକେଟ୍ କିଙ୍ଗ ସଚିନ ତେନ୍ଦୁଲକର ୫୦ ବର୍ଷ ବୟସରେ ପାଦ ଥାପିଛନ୍ତି । ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିବା ସଚିନ ଦୁନିଆର ଅନ୍ୟତମ ସର୍ବଶ୍ରେଷ୍ଠ ବ୍ୟାଟର । ଯାହାଙ୍କ ନାଁରେ ରହିଛି କ୍ରିକେଟର ପ୍ରାୟ ସବୁ ରେକର୍ଡ । ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍ ଓ ଶତକର ରେକର୍ଡ ମାଷ୍ଟର ବ୍ଲାଷ୍ଟରଙ୍କ ନାଁରେ ରହିଛି । ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୩୪ହଜାରରୁ ଅଧିକ ରହିଛନ୍ତି ।

ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିବାରେ ସେ ଦୁନିଆର ପ୍ରଥମ କ୍ରିକେଟର ଆଖ୍ୟା ଅର୍ଜନ କରିଛନ୍ତି । ୫୦ତମ ଜନ୍ମଦିନ ପାଇଁ ସଚିନଙ୍କୁ ନିଆରା ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସଚିନଙ୍କ ପାଇଁ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । କେବଳ ସୁଦର୍ଶନ ନୁହନ୍ତି, ସମଗ୍ର ବିଶ୍ୱରୁ ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦିଆଯାଇଛି ।