ସିଆଚିନରେ ଗ୍ଲେସିୟରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫତିମା ୱାସିମ: ୧୫ହଜାର୨ଶହ ଫୁଟ ଉଚ୍ଚ ଅପରେସନ ପୋଷ୍ଟରେ ମୁତୟନ

120

କନକ ବ୍ୟୁରୋ: ସିଆଚେନ ଗ୍ଲାସିଅରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ କ୍ୟାପଟେନ୍ ଫାତିମା ୱାସିମ୍ । ସିଆଚେନ ବ୍ୟାଟଲ ସ୍କୁଲରେ କଠୋର ତାଲିମ ପାଇବା ପରେ ତାଙ୍କୁ ୧୫ ହଜାର ୨ଶହ ଫୁଟ ଉଚ୍ଚରେ ଥିବା ଅପରେସନ ପୋଷ୍ଟକୁ ପଠାଯାଇଥିଲା । ତେବେ ଭାରତୀୟ ସେନା ଫାୟାର ଆଣ୍ଡ ଫ୍ୟୁରି କପର୍ସ ମଧ୍ୟ କ୍ୟାପଟେନ୍ ଫାତିମା ୱାସିମ୍ଙ୍କ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଲେଖାଯାଇଛି, ୧୫ ହଜାର ଫୁଟ ଉଚ୍ଚରେ କ୍ୟାପଟେନ ଫତିମା ୱାସିମ୍ଙ୍କ ପୋଷ୍ଟିଂ ତାଙ୍କ ଅଦ୍ୟମ ଇଛା ଓ ଉଚ୍ଚ ପ୍ରେରଣାକୁ ପ୍ରତିଫଳିତ କରୁଛି ।