ଫନସ୍ ପୁଂଜିରୁ ଦାନ ମାଝୀ : ୩୧ବର୍ଷ ପରେ ବି କଳାହାଣ୍ଡିରେ ବିକାଶ ଘର ଶୂନ

70

କନକ ବ୍ୟୁରୋ : ୧୯୮୫ ମସିହାର କଥା। ଦିଲ୍ଲୀ ନୁହେଁ ଦରିଆ ଡ଼େଇଁଥିଲା ଓଡ଼ିଶା ଭୋକର କରୁଣ କାହାଣୀ। କଳାହାଣ୍ଡି ଜିଲ୍ଲା ଅମଲାପାଲ୍ଲୀ ଗାଁର ଫନସପୁଂଜି । ଦିନେ ଏହି ମାଆର ଦୁଇ ପିଲା ଭୋକରେ ଆଉଟୁପାଉଟୁ ହୋଇଥିଲେ। ନିଜ ପିଲାଙ୍କୁ ବଂଚେଇ ରଖିବା ଚିନ୍ତାରେ ଫନସଙ୍କ ବୁଦ୍ଧି ହଜିଯାଇଥିଲା। ଶେଷରେ ନିଜର ୧୨ ବର୍ଷର ନଣନ୍ଦଙ୍କୁ ମାତ୍ର ୪୦ ଟଙ୍କାରେ ବିକ୍ରୀ କରି ଦେଇଥିଲେ ଫନସ୍।

କଳାହାଣ୍ଡିର ଏ କରୁଣ କାହାଣୀ ଠିକ ଦାନ ମାଝୀଙ୍କ ଶବ ବୁହା ଘଟଣା ଭଳି ଜାତୀୟ ଓ ଅନ୍ତର୍ଜାତୀୟ ଗରମାଧ୍ୟମରେ ପ୍ରକାଶିତ ହୋଇଥିଲା।ଯାହା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା।ଆଉ ଏକଥା ଶୁଣିବା ପରେ ତୁରନ୍ତ ଆସି କଳାହାଣ୍ଡିରେ ପଂହଚିଥିଲେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ଫନସକୁ ଭେଟିବା ସହ କଳାହାଣ୍ଡିରୁ ଭୋକ ଶବ୍ଦକୁ ସମାଧି ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ। କଳାହାଣ୍ଡି ,ବଲାଙ୍ଗୀର ଓ କୋରାପୁଟକୁ ନେଇ କେନ୍ଦ୍ର ଆରମ୍ଭ କରିଥିଲା କେବିକେ ଯୋଜନା। ଆଉ ୩୧ ବର୍ଷ ପରେ ଏ ହେଉଛି କଳାହାଣ୍ଡିର ଚିତ୍ର।ଫନସ୍ ପୁଂଜିଙ୍କ ଭଳି ହଜାର ହଜାର ଭୋକିଲା ଚରିତ୍ର ଲୁଚି ରହିଛନ୍ତି ଦୁର୍ଗମ ପାହାଡ଼ି ଅଂଚଳରେ। ଯାହାଙ୍କ ମୁହଁରେ ଭୋକର କାହାଣୀ।ଯାହାଙ୍କ ଉପରେ କ୍ୟାମେରା ପଡ଼ିଲେ କରୁଣ ଚିତ୍ର ଉତୋଳନ ହୁଏ। ଏଇ ଯେମିତି ଦାନ ମାଝୀ। ହୁଏତ ରାତି ରାତି ସ୍ତ୍ରୀର ଶବକୁ କାନେ୍ଧଇ ଘରେ ପହଂଚି ଯାଇଥିଲେ , କେହି ଜାଣି ନଥାନ୍ତେ ଦାନଙ୍କ ଅଭାବୀର କଥା।ହୁଏତ ମିଡ଼ିଆରେ ଚର୍ଚ୍ଚା ହୋଇନଥିଲେ , କେହି ମନେ ପକାଇ ନଥାନ୍ତେ ୩୧ ବର୍ଷ ତଳର ସେହି ଅଭାବୀ ଚରିତ୍ର ଫନସ ପୁଂଜିଙ୍କ କଥା।

ଏହା ସହ ଦେଖନ୍ତୁ ଏହି ଭିଡିଓ –