ଅନୁଗୁଳରୁ ପୁଣି ବାହାରିଲା ନକଲି ଔଷଧ : ପାଂଟୋସିଡ୍ ଡିଏସଆର ନାଁରେ ବାଣ୍ଟୁଥିଲେ ବିଷ; ନକଲି ଔଷଧ ଖାଇ ଅସୁସ୍ଥ ହୋଇଥିଲେ ଜିଲ୍ଲାପାଳ

424

କନକ ବ୍ୟୁରୋ : ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୁଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନକୁ ସିଜ କରାଯାଇଛି । ଏହି ଦୁଇ ଦୋକାନରେ ପାଂଟୋସିଡ୍ ଡିଏସଆର ନାମକ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଅନୁଗୋଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମା’ ବୁଢ଼ୀ ମେଡ଼ିସିନ ଦୋକାନରେ ଗ୍ୟାଷ୍ଟ୍ରିକ ପାଇଁ ବ୍ୟବହୃତ ପାଂଟୋସିଡ୍ ଡିଏସଆର ନାମକ ଔଷଧ ନକଲି ଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ରାଜ୍ୟ ଡ୍ରଗ୍ସ କଂଟ୍ରୋଲର ତଦନ୍ତ କରିଥିଲା । ତଦନ୍ତ ବେଳେ ସଂପୃକ୍ତ ଦୋକାନରେ ଏହି ନକଲି ଔଷଧ ବିକ୍ରି ହେଉଥିବା ସ୍ପଷ୍ଟ ହୋଇଥିଲା । ଏହି ମେଡିସିନକୁ ଅମଲାପଡା ଠାରେ ଥିବା ଗଣପତି ଏଂଟରପ୍ରାଇଜେସରୁ ଅଣାଯାଇଥିବା ଜଣାପଡିଥିଲା । ଯାହାପରେ ଏସଟିଏଫ୍ ଓ ଡ୍ରଗ୍ସ କଂଟ୍ରୋଲ ପକ୍ଷରୁ ଅନୁଗୋଳ ଥାନାରେ କରାଯାଇଥିଲା । ଅଭିଯୋଗ ଆଧାରରେ ଉଭୟ ଦୋକାନକୁ ସିଲ କରାଯାଇଛି ।