ନକଲି ଡାକ୍ତରଙ୍କୁ ୫ ବର୍ଷ ଜେଲ: ଜାଲ ସାର୍ଟିଫିକେଟ ଦେଇ କରିଥିଲେ ଡାକ୍ତର ଚାକିରି

316

କନକ ବ୍ୟୁରୋ: ନକଲି ଡାକ୍ତର ପଦ୍ମନାଭ କାରୁଆଙ୍କୁ ୫ ବର୍ଷ ଜେଲ । ଜେଲ ଦଣ୍ଡାଦେଶ ଶୁଣାଇଲେ ସୁନ୍ଦରଗଡ ଫାଷ୍ଟଟ୍ରାକ କୋର୍ଟ । ନକଲି ଡାକ୍ତରଙ୍କୁ ଜେଲ ସହ ୬ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଥିଲେ ଏହି ନକଲି ଡାକ୍ତର । ବିଶ୍ରା ମେଡିକାଲରେ ପଦ୍ମନାଭମୁଖି ମେଡିକାଲ ଅଫିସର ଥିଲେ । ଘଟଣା ପ୍ରଘଟ ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ପଦ୍ମନାଭ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବରେ ନିଯୁକ୍ତି ପାଇ ଥିଲେ । ତିନି ବର୍ଷ ଚାକିରି କଲା ପରେ ଏକ ଅଭିଯୋଗକୁ ଆଧାର କରି ଜିଲ୍ଲା ସ୍ବାସ୍ଥ୍ୟ ବଭାଗ ପକ୍ଷରୁ ତଦନ୍ତ କରି ଜାଲ ସାର୍ଟିଫିକଟ ବଳରେ ଚାକିରି କରୁଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଏହା ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧକାରୀଙ୍କ ଏତଲା କ୍ରମେ ପୋଲିସ ତାଙ୍କୁ ଗିରଫ କରିଥିଲା । ଆଜି ସେହି ମାମଲାର ଶୁଣାଣି କରି ଫା କ୍ଲାସ କୋର୍ଟ ତାଙ୍କୁ ଏହି ସଜା ଶୁଣାଇଛନ୍ତି ।