କଟକରେ ଖୋଲିଲା ବୃହତ ଫାଷ୍ଟକ୍ରାଏ.କମ୍ ଷ୍ଟୋର

76

କନକ ବ୍ୟୁରୋ: ଫାଷ୍ଟକ୍ରାଏ.କମ ଏସିଆର ସର୍ବବୃହତ ବେବି ଓ କିଡ୍ସ ଅନଲାଇନ ଷ୍ଟୋର, ଯାହାକି ଆଜି କଟକ ବଜ୍ରକବାଟି ରୋଡ ସ୍ଥିତ ବିଷ୍ଣୁପ୍ରିୟା କମ୍ଲେକ୍ସରେ ଉଦଘାଟିତ ହୋଇଛି । ଏହି ଷ୍ଟୋରକୁ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦଘାଟନ କରିଥିଲେ । ଏହି ଷ୍ଟୋରଟି ୩,୫୦୦ ବର୍ଗଫୁଟ ବିଶିଷ୍ଟ କ୍ଷେତ୍ରରେ ଅବସ୍ଥିତ । ଏଥିରେ ଉପଭୋକ୍ତାମାନଙ୍କ ଦେଖିବା ପାଇଁ ୧୩ଟି ବର୍ଗର ୨୫୦ରୁ ଅଧିକ ବ୍ରାଣ୍ଡ ପ୍ରଦର୍ଶିତ କରାଯାଇଛି ।

ବର୍ତ୍ତମାନ ବିଶ୍ୱରେ ଥିବା ଦେଶମାନଙ୍କ ତୁଳନାରେ ଭାରତରେ ସବୁଠୁ ଅଧିକ ଶିଶୁ ଅଛନ୍ତି । ହେଲେ ସେହି ତୁଳନାରେ ଭାରତର ପିଲାମାନଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀର ଶିଳ୍ପାନୁଷ୍ଠାନ ଯଥେଷ୍ଟ ନାହିଁ । ପିତାମାତାମାନେ ଏବେ ବି ପିଲାମାନଙ୍କ ପାଇଁ ବେବି କେୟାର ପ୍ରଡକ୍ଟ କିଣିବା ପାଇଁ ଯଥେଷ୍ଟ ଶୋରୁମ ପାଇପାରୁ ନାହାନ୍ତି ।

କଟକରେ ଏହି ଷ୍ଟୋର ପାଇଁ ଆଶିଷ ମହାନ୍ତି ଓ ହିମାନୀ ମହାନ୍ତି ଫ୍ରାଞ୍ଚାଇଜ ଅଛନ୍ତି । ଏହି ଦୁଇ ଯୁବ ଉଦ୍ୟୋଗୀ ୨୦୨୧ରେ ନିଜର ପ୍ରଥମ ଷ୍ଟୋର ଭୁବନେଶ୍ୱର ରୂପାଲି ସ୍କୋୟାରରେ ଖୋଲାଯାଇଥିଲା । ଏବେ ଫାଷ୍ଟକ୍ରାଏ ବ୍ରାଣ୍ଡ କଟକରେ ଖୋଲାଯାଇଛି । ଏହାଦ୍ୱାରା ପିତାମାତାମାନେ ନିଜର ପିଲାମାନଙ୍କର ଚାହିଦା ମୁତାବକ ସାମଗ୍ରୀ କ୍ରୟ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଫ୍ରାଞ୍ଚାଇଜ ଆଶିଷ ମହାନ୍ତି କହିଛନ୍ତି ।