ବଲାଙ୍ଗିର ମେଡିକାଲ କଲେଜ ହଷ୍ଟେଲରେ ଅଘଟଣ: ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ

638

କନକ ବ୍ୟୁରୋ: ବଲାଙ୍ଗିର ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ପଡିଲେ ଛାତ୍ର । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପ୍ରଥମେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ଛାତ୍ର ଜଣକ ହେଉଛନ୍ତି ହରିୟାଣାର ନିଶାନ୍ତ କୁମାର । କେଉଁ ପରିସ୍ଥିତିରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହେଲା ତାହା ଜଣାପଡିନାହିଁ ।