ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ଯାଏଁ ୩୦ହଜାର କୋଟି ଟଙ୍କାରେ ଗାଁ,ସେନାଶିବିର,ହେଲିପ୍ୟାଡ୍, ମୋବାଇଲ ଟାୱାର,ସୁଡ଼ଙ୍ଗ ନିର୍ମାଣ କରୁଛି ଡ୍ରାଗନ

415

କନକ ବ୍ୟୁରୋ : ସୁଧୁରୁନି ଚୀନ । ସାଟେଲାଇଟ ଫଟୋରେ ବାରମ୍ବାର ଧରାପଡୁଛି ଚୀନର ଚାଲ । ଏଲଏସସି ନିକଟରେ ଗାଁ ନିର୍ମାଣ କରୁଛି ଡ୍ରାଗନ । ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ଚୀନ ଗାଁ ସହ ସେନା ଶିବିର ନିର୍ମାଣ କରୁଥିବା ପୁଣି ଥରେ ପ୍ରମାଣ ଦେଇଛି ସାଟେଲାଇଟ ଫଟୋ । କେବଳ ସେତିକି ନୁହେଁ ୱାଚ ଟାୱାର ସହ ମୋବାଇଲ ଟାୱାରର ନିର୍ମାଣ କାମ ଦ୍ରୁତ ଗତିରେ କରିଛି । କଂକ୍ରିଟରେ ନିର୍ମିତ ଘର ଗୁଡିକ ଏଭଳି ଢଙ୍ଗରେ ବନାଯାଇଛି ଯେ ଯେକୌଣସି ପାଣିପାଗରେ ମୁକାବିଲା କରିପାରିବ ଚୀନ ସେନା । ଏଲଏସିଠୁ ୩ହଜାର ୪୪୮ କିଲୋମିଟ ଦୂରରେ ଥିବା ଶିୟାଓକୋଙ୍ଗା ସ୍ଥାନରେ ୬୩୮ ଗାର ନିର୍ମାଣ ସରିଛି । ଅଧିକାଂଶ ଗାଁ ଉତରାଖଣ୍ଡ, ସିକ୍କିମ ଓ ଅରୁଣାଚଳପ୍ରଦେଶ ସୀମାକୁ ଲାଗିକି ରହିଛି । ଏଥିସହ ଅସ୍ତ୍ରଶସ୍ତ୍ର ରଖିବାବୁକ ଷ୍ଟୋରେଜ ଓ ହେଲିପ୍ୟାଡ ମଧ୍ୟ ରହିଛି । ଏହା ପାଇଁ ଚୀନ ପ୍ରାୟ ୩୪ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି । ଏଥିସହ ସବସିସଡି ମଧ୍ୟ ଲୋକଙ୍କ ଦେଇ ପ୍ରଲୋଭିତ କରୁଛି । ସେପଟେ ଚୀନକୁ ଟକ୍କର ଦେବାକୁ ଭାରତ ମଧ୍ୟ ଭାଇବ୍ରେଂଟ ଭିଲେଜ ନିର୍ମାଣକୁ ଜୋରଦାର କରିଛି । ଏହା ଦ୍ୱାରା ସୀମାବର୍ତୀ ୨ହଜାର ୯ଶ ଗାଁକୁ ଯୋଡି ରଖିବାକୁ ଲକ୍ଷ୍ୟ ରଖାଯାଇଛି । ଗାଁ ଛାଡି ଯାଉଥିବା ଲୋକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ସମସ୍ତ ଅବାଶ୍ୟକତା ପୂରା କରିବାକୁ ସରକାର ଲକ୍ଷ୍ୟ ରଖିଛି ଭାରତ ।