ବାଂଲାଦେଶ ଢାକାର ଏକ କୋଠା ଭିତରେ ବିସ୍ଫୋରଣ । ୧୪ ମୃତ,୧୦୦ରୁ ଅଧିକ ଆହତ

79

କନକ ବ୍ୟୁରୋ : ବାଂଲାଦେଶର ରାଜଧାନୀ ଢାକାରେ ମଙ୍ଗଳବାର ସନ୍ଧ୍ୟାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୧୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୂଚନା ମୁତାବକ ଏହି ବିସ୍ଫୋରଣ ଏକ ୫ମହଲା କୋଠା ଭିତରେ ହୋଇଛି । ବିସ୍ଫୋରଣ କାରଣରୁ ପୁରା ଅଞ୍ଚଳରେ ଭୟଙ୍କର ଶବ୍ଦ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନୁମାନ କରାଯାଉଛି କି, ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଇଛି ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ବିସ୍ଫୋରଣ ମଙ୍ଗଳବାର ସନ୍ଧ୍ୟା ୪.୫୦ମିନିଟରେ ହୋଇଛି । ବିସ୍ଫୋରଣ ପରେ ୫ଦଳକଳ ବାହୀନି ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ ସୂଚନା ମୁତାବକ ଆହତମାନଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ କାରଣରୁ କୋଠା ନିକଟରେ ଠିଆ ହୋଇଥିବା ଏକ ବସ୍ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।