ବଢିଲା ଇପିଏଫଓ ସୁଧହାର : ୨୦୨୨-୨୩ ପାଇଁ ମିଳିବ ୮.୧୫ ପ୍ରତିଶତ ସୁଧ

203

କନକ ବ୍ୟୁରୋ : ଘରୋଇ କର୍ମଚାରୀଙ୍କ ଅବସରକାଳୀ ପାଣ୍ଠି ପରିଚାଳନା କରୁଥିବା (ଇପିଏଫଓ) ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସୁଧ ହାର ୮ ଦଶମିକ୍ ୧୫ ପ୍ରତିଶତରେ ଧାର୍ଯ୍ୟ କରିଛି । ଇପିଏଫର ନୀତି ନିର୍ଦ୍ଧାରଣକାରି ବୋର୍ଡ ଏହି ନିଷ୍ପତ୍ତି ନେଇଛି । ଗତ ବର୍ଷ ଇପିଏଫଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮ ଦଶମିକ୍ ୧ ପ୍ରତିଶତ ସୁଧ ହାର ଧାର୍ଯ୍ୟ କରିଥିଲା । ଯାହା ୪ ଦଶନ୍ଧୀ ମଧ୍ୟରେ ସବୁଠୁ କମ ସୁଧ ହାର ଥିଲା । ଶେଷ ଥର ପାଇଁ ୧୯୭୭-୭୮ରେ ସୁଧ ହାର ୮ ପ୍ରତିଶତକୁ ଖସିଯାଇଥିଲା । ୨୦୨୦ ମାର୍ଚ୍ଚ ମାସରେ ଇପିଏଫଓ ସୁଧ ହାର କମାଇବା ସହ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮ ଦଶମିକ୍ ୫ ପ୍ରତିଶତ ରଖିଥିଲା । ୨୦୧୮-୧୯ରେ ସୁଧ ହାର ୮ ଦଶମିକ୍ ୬୫ ପ୍ରତିଶତ ରହିଥିଲା ।