ଆଇପିଏଲ : ୧୫ରୁ ୧୨ ଥର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ହାତେଇ ନେଇଛନ୍ତି ବିଦେଶୀ; ତାଲିକାରେ କେବଳ ସଚିନ୍, ବିରାଟ ଓ ହର୍ଷଲ ପଟେଲ

389

କନକ ବ୍ୟୁରୋ : ଆଉ ଦୁଇ ଦିନ ପରେ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହି ଟୁର୍ଣ୍ଣାମେଂଟର ୧୬ ତମ ସଂସ୍କରଣ ଆସନ୍ତା ୩୧ ତାରିଖଠୁ ଆରମ୍ଭ ହେଉଛି । ଏଥିପାଇଁ ସବୁ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥର ୧୦ ଟିମକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଶେଷ ଥର ପାଇଁ ଭାରତୀୟ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ପଡିଆରେ ଦେଖିବାକୁ ମିଳିବ ।

କୋଭିଡ ମହାମାରୀ ଯୋଗୁ ଗତ ତିନି ବର୍ଷ ଆଇପିଏଲ ଭାରତରେ ଅନୁଷ୍ଠିତ ହୋଇନଥିଲା । କିନ୍ତୁ ଏଥର ଭାରତରେ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଉଥିବାରୁ କ୍ରିକେଟ ପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । ହେଲେ ଇଣ୍ଡିଆନ ପ୍ରିମିୟର ଲିଗରେ ଭାରତୀୟ ଖେଳାଳୀଙ୍କ ଅପେକ୍ଷା ବିଦେଶୀ ଖେଳାଳୀଙ୍କ ପଦର୍ଶନ ଭଲ ରହିଛି । ଯଦିଓ ୧୧ ଜଣିଆ ଟିମରେ ମାତ୍ର ୪ ଜଣ ବିଦେଶୀ ଖେଳାଳୀ ରହୁଛନ୍ତି ତଥାପି ସେମାନଙ୍କର ଦବଦବା ଅଧିକ ରହିଛି ।

ଆଇପିଏଲ୍ : ବିଦେଶୀଙ୍କ ବାଜିମାତ୍

୨୦୦୮ରେ ଅଷ୍ଟ୍ରେଲିଆର ସେନ୍ ୱାଟସନ୍ ଶ୍ରେଷ୍ଠ ଖେଳାଳି
୨୦୦୯ରେ ଅଷ୍ଟ୍ରେଲିଆର ଆଦାମ ଗିଲଖ୍ରୀଷ୍ଟ
୨୦୧୦ରେ ଭାରତର ସଚିନ ତେନ୍ଦୁଲକର ଶ୍ରେଷ୍ଠ ଖେଳାଳି
୨୦୧୧ରେ ୱେଷ୍ଟ-ଇଣ୍ଡିଜ୍ର କ୍ରିିସ୍ ଗେଲ ଶ୍ରେଷ୍ଠ ଖେଳାଳି
୨୦୧୨ରେ ୱେଷ୍ଟ-ଇଣ୍ଡିଜ୍ର ସୁନୀଲ ନାରାୟଣ ଶ୍ରେଷ୍ଠ
୨୦୧୩ରେ ଅଷ୍ଟ୍ରେଲିଆର ସେନ୍ ୱାଟସନ୍ ଶ୍ରେଷ୍ଠ ଖେଳାଳି
୨୦୧୪ରେ ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସୱେଲ ଶ୍ରେଷ୍ଠ କ୍ରିକେଟର
୨୦୧୫ରେ ୱେଷ୍ଟ-ଇଣ୍ଡିଜ୍ର ଆନ୍ଦ୍ରେ ରସେଲ ଶ୍ରେଷ୍ଠ ଖେଳାଳି
୨୦୧୬ରେ ଭାରତର ବିରାଟ କୋହଲି ଶ୍ରେଷ୍ଠ
୨୦୧୭ରେ ଇଂଲଣ୍ଡର ବେନ୍ ଷ୍ଟୋକ୍ସ ଶ୍ରେଷ୍ଠ ପ୍ଲେୟର
୨୦୧୮ରେ ୱେଷ୍ଟ-ଇଣ୍ଡିଜ୍ର ସୁନୀଲ ନାରାୟଣ ଶ୍ରେଷ୍ଠ
୨୦୧୯ରେ ୱେଷ୍ଟ-ଇଣ୍ଡିଜ୍ର ଆନ୍ଦ୍ରେ ରସେଲ ଶ୍ରେଷ୍ଠ ଖେଳାଳି
୨୦୨୦ରେ ଇଂଲଣ୍ଡୀ ଜୋଫ୍ରା ଆର୍ଚର ଶ୍ରେଷ୍ଠ କ୍ରିକେଟର
୨୦୨୧ରେ ଭାରତର ହର୍ଷଲ ପଟେଲ ଶ୍ରେଷ୍ଠ
୨୦୨୨ରେ ଇଂଲଣ୍ଡର ଜୋସ୍ ବଟଲର୍ ଶ୍ରେଷ୍ଠ ପ୍ଲେୟର
୧୫ ଟି ସଂସ୍କରଣରେ ମାତ୍ର ୩ ଥର ଭାରତୀୟ ଖେଳାଳି ଶ୍ରେଷ୍ଠ ଘୋଷିତ ହୋଇଛନ୍ତି
ବାକି ୧୩ ଥର ବିଦେଶୀ ଖେଳାଳି ଶେଷ୍ଠ ଭାବେ ପୁରସ୍କାର ଜିତିଛନ୍ତିି
ଅଷ୍ଟ୍ରେଲିଆ ଓ ୱେଷ୍ଟ-ଇଣ୍ଡିଜ କ୍ରିକେଟରଙ୍କ ଦବଦବା ଜାରି
ସେନ୍ ୱାଟସନ୍, ଆନ୍ଦ୍ରେ ରସେଲ , ସୁନୀଲ ନାରାୟଣ ଦୁଇ ଥର ଲେଖାଏଁ ବାଜି ମାରିଛନ୍ତି
୧୫ ସଂସ୍କରଣରୁ ୱେଷ୍ଟ୍–ଇଣ୍ଡିଜ୍ ଖେଳାଳି ୫ ଥର, ଅଷ୍ଟ୍ରେଲିଆ ଖେଳାଳି ୫ ଥର ଶେଷ୍ଠ ବିବେଚିତ ହୋଇଛନ୍ତି