ପଦାରେ ପଡିଲା ଅକ୍ଷୟଙ୍କ ଗୁମର ! କାହିଁକି ଝିଅ ନିତାରାଙ୍କ ଚେହେରା ଲୁଚାଇ ରଖନ୍ତି ସବୁବେଳେ

91

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜ ପରିବାରଲୋକଙ୍କ ସହିତ ନିକଟରେ ପୁଣି କିଛି ଫଟୋ ସେୟାର କରିଛନ୍ତି । ଆଉ ସବୁଥର ପରି ଏଥର ମଧ୍ୟ ସେ ଏହି ଫଟୋଗୁଡିକରେ ନିଜ ଝିଅ ନିତାରାଙ୍କ ଚେହେଁରା ଲୁଚାଇ ରଖିଛନ୍ତି । କେବେ ଚିନ୍ତା କରିଛନ୍ତି ଅକ୍ଷୟ ଏପରି କାହିଁକ କରନ୍ତି ଏବଂ ଏହା ପଛରେ ତାଙ୍କ ଉର୍ଦ୍ଦେଶ୍ୟ କଣ ଥାଇପାରେ ବୋଲି ? ତେବେ ଆଜି ଆମେ ଆପଣଙ୍କ ନିକଟରେ ଏହା ପଛରେ ଲୁଚି ରହିଥିବା ରହସ୍ୟର ଖୁଲାସା କରିବୁ ଯାହାକୁ ଅକ୍ଷୟ ଦୀର୍ଘ ଦିନ ଧରି ଲୁଚାଇ ରଖିଛନ୍ତି । ତେବେ ଆସନ୍ତୁ ଜାଣିବା।

ଅକ୍ଷୟ କୁମାର ବଲିଉଡ୍ ଜଗତର ଜଣେ ନାମକରା ଅଭିନେତା କିନ୍ତୁ ଏହାସବୁ ସତ୍ୱେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗ୍ଲାମର ଦୁନିଆରୁ ସବୁବେଳେ ଦୂରେଇ ରଖିବାକୁ ଚାହାଁନ୍ତି । ଯେଉଁଥି ପାଇଁ ସେ ନିଜ ପିଲାମାନଙ୍କୁ ମିଡିଆଠାରୁ ଦୂରେଇ ରଖିବାକୁ ଉଚିତ୍ ମନେ କରନ୍ତି । ପୁଣି ମଧ୍ୟ ଶୁୁଣିବାକୁ ମିଳିଛି କି, ଅକ୍ଷୟ ତାଙ୍କ ପିଲାମାନଙ୍କୁ ନେଇ ଟିକେ ଅଧିକ ପ୍ରୋଟେକ୍ଟିଭ ହୋଇପଡିଛନ୍ତି । ଯେଉଁ କାରଣରୁ ସେ ଚାହାଁନ୍ତି ନାହିଁ କି ତାଙ୍କ ପିଲାମାନେ କୌଣସି ଗଣମାଧ୍ୟମର ଖବର ହୁଅନ୍ତୁ ବୋଲି ।

ତେବେ ଖାଲିଯେ ଅକ୍ଷୟଙ୍କର ଏଭଳି ଚିନ୍ତାଧାରା ରହିଛି ତାହା ନୁହେଁ ପତ୍ନୀ ଟୁଇଙ୍କିଲଙ୍କର ମଧ୍ୟ ଏଥିରେ ରହିଛି ସହମତ । ଉଭୟେ ଚାହାଁନ୍ତି ନାହିଁ କି ସେମାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଅନ୍ୟ କେହି ଜାଣୁ ବୋଲି । ଯେଉଁଥିପାଇଁ ଉଭୟ ଅକ୍ଷୟ ଏବଂ ଟୁଇଙ୍କିଲ ନିଜ ପିଲାମାନଙ୍କୁ ସମସ୍ତଙ୍କ ନଜରରୁ ଦୂରେଇ ରଖିନ୍ତି ।