ଆଜିଠୁ ରାଜ୍ୟରେ ଖୋଲିଲା ବୈଷୟିକ ଶିକ୍ଷାନୁଷ୍ଠାନ : କୋଭିଡ଼ କଟକଣା ଭିତରେ ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷାଦାନ

140

କନକ ବ୍ୟୁରୋ : ରାଜ୍ୟରେ ଆଜିଠୁ ଖୋଲିଲା ବୈଷୟିକ ଶିକ୍ଷାନୁଷ୍ଠାନ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ ଖୋଲିବ । ନିୟମିତ ଭାବେ ଚାଲିବାକୁ ଥିବା କ୍ଲାସରୁମ୍ ପାଠ ପଢାରେ ସମସ୍ତ ସିଲାବସରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ ।

ଯେତେଦୂର ସମ୍ଭବ କ୍ଲାସରୁମ୍ ଶିକ୍ଷାର ରେକର୍ଡିଂ କରିବା ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବେ । କଂଟେନମେଂଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଆସିବେ ନାହିଁ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଶିକ୍ଷକ ଶିକ୍ଷୟିତୀ ଓ ଛାତ୍ରଛାତ୍ରୀ କ୍ୟାମ୍ପସରେ ବାରମ୍ବାର ହାତ ଧୋଇବା ସହ ସାନିଟାଇଜ୍ କରିବେ । କ୍ଲାସରୁମ୍, ଲାଇବ୍ରେରୀ ଓ ଲାବରୋଟାରୀରେ ୬ ଫୁଟର ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦିଆଯିବ ।