ପୋଲିସ୍ କମିଶନର କହିଲେ ବେଆଇନ୍ ଡ୍ରଗ୍ସ ମୁକ୍ତ ହେବ ଟୁଇନ ସିଟି : ଏକ କିଲୋ ୫୯ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ୬ ଜଣ ଗିରଫ

100

କନକ ବ୍ୟୁରୋ : ଏକ କିଲୋ ୫୯ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏନେଇ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସ୍ପେଶାଲ ସ୍କ୍ୱାର୍ଡ ଏସିପି ଅଜୟ ଦାସଙ୍କ ନେତୃତ୍ୱରେ ଏହି ରେଡ୍ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ ୪ ଜଣ, କଟକ ଓ ପୁରୀରୁ ଜଣେ ଲେଖାଏଁ ଥିବା ଜଣାପଡିଛି ।

ତେବେ ଗତ ୬ ମାସରେ ୫ କିଲୋରୁ ଅଧିକ ଡ୍ରଗ୍ସ ଜବତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । ସେହିପରି ୪୩ଟି ବନ୍ଧୁକ ମଧ୍ୟ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି । କରୋନା ଲକଡାଉନ ଓ ସଟଡାଉନର ଫାଇଦା ନେଇ ଅପରାଧୀମାନେ ଡ୍ରଗ୍ସ କାରବାରକୁ ଜୋରଦାର କରିତିବା କହିଛନ୍ତି ସିପି । କୋଲକାତାରୁ ବାଲେଶ୍ୱର ଜଳେଶ୍ୱର ଦେଇ ବେଆଇନ ଡ୍ରଗ୍ସ କାରବାର ହେଉଛି । ଆଗକୁ ଟ୍ୱିନସିଟିକୁ ନିଷିଦ୍ଧ ଡ୍ରଗ୍ସ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସ ଲକ୍ଷ୍ୟ ରଖିଥିବା ପୋଲିସ କମିଶନର କହିଛନ୍ତି ।