ଟ୍ୱିଟରର ନୂଆ ଟିମରେ ଭାରତୀୟ ବଂଶୋଦ୍ଧଭଙ୍କ ଏଣ୍ଟ୍ରି । କୋରଟିମରେ ସଦସ୍ୟ ହେଲେ ଚେନ୍ନାଇରେ ଜନ୍ମିତ ଶ୍ରୀରାମ କ୍ରିଷ୍ଣନ୍ନ

133

କନକ ବ୍ୟୁରୋ : ଏଲନ ମସ୍କଙ୍କ ହାତରେ ଏବେ ଟ୍ୱିଟର । ମାଲିକ ହେବା ପରେ ଅଧିକାଂଶ ସଦସ୍ୟଙ୍କୁ ହଟାଇ ଟ୍ୱିଟରର ଏକମାତ୍ର ନିର୍ଦ୍ଦେଶକ ହୋଇଛନ୍ତି ଏଲନ ମସ୍କ । ଏହା ଭିତରେ ଜଣେ ଭାରତୀୟ ମୂଳ ଭାରତୀୟଙ୍କୁ ଟ୍ୱିଟର ନୂଆ ଟିମରେ ସ୍ଥାନ ମିଳିଛି । ସେ ହେଲେ ଚେନ୍ନାଇରେ ଜନ୍ମିତ ଓ ଆମେରିକାର ଜଣେ ଜଣାଶୁଣା ଇଂଜିନିୟର ଶ୍ରୀରାମ କ୍ରିଷ୍ଣନ୍ନ । ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ଶ୍ରୀରାମ । ମାଇକ୍ରୋସପ୍ଟରୁ ଶ୍ରୀରାମ କ୍ୟାରିୟର ଆରମ୍ଭ କରିଥିଲେ ଓ ପରେ ଟ୍ୱିଟରରେ ମଧ୍ୟ କାମ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ବୋର୍ଡ଼ର ପୂରା ଟିମକୁ ପଦରୁ କାଢ଼ି ସେ ଏହି ମାଇକ୍ରୋବ୍ଲଗିଂ ସାଇଟର ଏକମାତ୍ର ନିର୍ଦ୍ଦେଶ ହୋଇଛନ୍ତି ।

ମସ୍କଙ୍କ ଏହି ନିଷ୍ପତିମାନେ ଟ୍ୱିଟର ବୋର୍ଡ଼ର ସଦସ୍ୟମାନେ ଆଉ ଟ୍ୱିଟରର ନିର୍ଦ୍ଦେଶକ ନାହାନ୍ତି । ତେବେ ପଦରୁ ହଟିଥିବା ସଦସ୍ୟଙ୍କ ମଧ୍ୟରେ ମାର୍ଥା ଲେନ ଫାକ୍ସ, ଓମିଡ଼ି କୋର୍ଡ଼େଷ୍ଟାନି, ଡ଼େଭିଡ଼ ରୋସେନବ୍ଲେଷ୍ଟ, ପେଟ୍ରିକ ପିଚେଟ,ଏଗାଁନ ଡରବନ, ଫି-ଫି ଲି ଏବଂ ମିନି ଅଲମାଏହୋ ଆଦି ରହିଛନ୍ତି । ତେବେ ଏହା ପୂର୍ବରୁ ଗତ ଅକ୍ଟୋବର ୨୮ରେ ଟ୍ୱିଟର ମାଲିକ ହେବା ପରେ ସେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କୁ କମ୍ପାନୀରୁ କାଢ଼ିଦେଇଛନ୍ତି । ଅନ୍ୟପଟେ ଧିରେ ଧୀରେ ଟ୍ୱିଟରର ନିୟମ ବଦଳାଉଛନ୍ତି ଏଲନ ମସ୍କ ।