ସିଲ୍ ହୋଇପାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର : ସତ୍ୟବିହାର ଘର ମାପଚୁପ ଆରମ୍ଭ କଲା ଇଡି

108

କନକ ବ୍ୟୁରୋ : ସେକ୍ସୋଟର୍ସନ ମାମଲାରେ ଅର୍ଚ୍ଚନାଙ୍କ ସତ୍ୟବିହାର ଘରର ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡିର ୪ଜଣିଆ ଟିମ୍ ଓ ଭାଲ୍ୟୁଏସନ ଟିମ୍ ସହିତ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରକୁ ଯାଇ ମାପଚୁପ କରିଛନ୍ତି । କେତେ ବର୍ଗଫୁଟର ଜମି ବିଲ୍ଡିଂରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ଆକଳନ କରିବା ଆରମ୍ଭ କରିଛି ଇଡି ।

ଏପରିକି ଘର ଭିତରେ ଥିବା ସମସ୍ତ ଆସବାବପତ୍ରର ମଧ୍ୟ ମୂଲ୍ୟ ଆକଳନ କରାଯାଇଛି । ଖୁବ ଶ୍ରୀଘ ଏସବୁ ରିପୋର୍ଟ ଇଡିର ଅଧିକାରୀମାନେ ଦିଲ୍ଲୀ ପଠାଇବେ । ଦିଲ୍ଲୀରୁ ଅନୁମତି ଆସିବା ପରେ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଖଗେଶ୍ୱରର ନିର୍ମାଣୀନ ବିଲ୍ଡିଂ ଓ ଜମିର ମଧ୍ୟ ଇଡି ମୂଲ୍ୟ ଆକଳନ କରିଛି ।