ଭୋପାଳରେ ଭିନ୍ନ ଧରଣର କ୍ରିକେଟ ପ୍ରତିଯୋଗିତା : ଧୋତି କୁର୍ତ୍ତା ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଖେଳାଳି; ସଂସ୍କୃତ ଭାଷାରେ ହେଲା କମେଣ୍ଟ୍ରି

110

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଭିନ୍ନ ଧରଣର କ୍ରିକେଟ୍ ପ୍ରତିଯୋଗିତା । ଧୋତି-କୁର୍ତ୍ତା ପିନ୍ଧି ପଡିଆକୁ ଓହ୍ଲାଇଛନ୍ତି ଖେଳାଳି । ସଂସ୍କୃତ ଭାଷାରେ କରାଯାଉଛି କମେଣ୍ଟ୍ରି । ଖେଳ ସମୟରେ ଖେଳାଳିମାନେ ପରସ୍ପର ମଧ୍ୟରେ କଥା ହେଉଛନ୍ତି । ଆଉ ସଂସ୍କୃତରେ ଅପିଲ୍ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଅମ୍ପାୟର ମଧ୍ୟ ଅପିଲର ଜବାବ ସଂସ୍କୃତରେ ଦେଉଛନ୍ତି ।

ଭୋପାଳର ଅଙ୍କୁର ଖେଳ ଏକାଡେମୀ ପରିସରରେ ଏପରି ଅଭିନବ କ୍ରିକେଟ୍ ପ୍ରତିଯୋଗିତା ଚାଲିଛି । ତିନି ଦିନ ଧରି ଏହି ପ୍ରତିଯୋଗିତା ଚାଲିବ । ଏଥିରେ ଭୋପାଳ, ଇନ୍ଦୋର, ସିହୋ, ଉଜ୍ଜୈନ, ଗୁନା ଓ ବିଦିଶା ସମେତ ଅନେକ ଜିଲ୍ଲାର ଟିମ୍ ଭାଗ ନେଇଛନ୍ତି । ଏଥିରେ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ବା ପାଠ ପଢା ଶେଷ କରିଥିବା ଅଧିକାଂଶ ଖେଳାଳି ଭାଗ ନେଇଥିଲେ । ଏପରି ନିଆରା ପ୍ରତିଯୋଗିତା ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଏକାଠି ହୋଇଥିଲେ ।