ରାଜସ୍ଥାନରେ ପୁଣି ଭୂମିକମ୍ପ, ମଙ୍ଗଳବାର ହୋଇଥିଲା ପ୍ରଥମ ଝଟକା

91

କନକ ବ୍ୟୁରୋ: ରାଜସ୍ଥାନ ବିକାନେରରେ ଭୂକମ୍ପର ଝଟକା ପୁଣିଥରେ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରେକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଛି । ଗତ ମଙ୍ଗଳବାର ମଧ୍ୟ ରାଜସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଫଳରେ ଏଠାରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଏହି ଭୂମିକମ୍ପରେ ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଗତ ମଙ୍ଗଳବାର ଏଠାରେ ଅନୁଭୂତ ହୋଇଥିବା ଭୂମିକମ୍ପର ପ୍ରଭାବ ଦିଲ୍ଲୀ ଏନସିଆର ସମେତ ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର , ହିମାଚଳପ୍ରଦେଶ ମଧ୍ୟପ୍ରଦେଶ, ଉତତ୍ତରାଖଣ୍ଡ ସମେତ ପୁରା ଉତ୍ତର ଭାରତରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଆଫଗାନୀସ୍ତାନର ହିନ୍ଦୁକୁଶଠାରେ ହୋଇଥିଲା ।