ସେଲଫି ପାଇଁ ପଣ୍ଡ ହୋଇଥିଲା ପୂର୍ବତନ ଏନସିବି ଅଧିକାରୀ ସମୀର ୱାନଖେଡେଙ୍କ ଷଡଯନ୍ତ୍ର, ଶାହାରୁଖ ଖାନଙ୍କ ପୁଅ ଆରିୟନଙ୍କୁ ଚକ୍ରବ୍ୟୁହରେ ଫଶାଇପାଇଁ କରିଥିଲେ ବଡ ପ୍ଲାନ

1,472

କନକ ବ୍ୟୁରୋ : ୨୦୨୧ ମସିହା ଅକ୍ଟୋବର ମାସ ୧ ତାରିଖ । ଏନସିବିର ମୁମ୍ବାଇ ଜୋନାଲର ମୁଖ୍ୟ ସମୀର ୱାନଖେଡେଙ୍କୁ ଏକ ସୂଚନା ମିଳେ । ମୁମ୍ବାଇରୁ ଗୋଆ ଯାଉଛି କୋରଡିଲିଆ କ୍ରୁଜ  । ଏଠାରେ ହେବ ଡ୍ରଗ୍ସ ପାର୍ଟି ହେବ । ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରିୟନଙ୍କ ସମେତ ଅନେକ ଧନୀଶ୍ରେଣୀର ବ୍ୟକ୍ତିଙ୍କ ଝିଅପୁଅ ସାମିଲ ହେବେ । ବାସ ଏହି ଖବର ପାଇବା ପରେ ନିଜ ଟିମ ସହ ଚକ୍ରବ୍ୟୁହ ରଚିଥିଲେ ସମୀର ୱାନଖେଡେ । ରାତିଅଧରେ କ୍ରୁଜ ଉପରେ କରିଥିଲେ ଚଢାଉ । କାହାଣୀ ଆରମ୍ଭ ହୁଏ ଡ୍ରଗ୍ସ ସପ୍ଲାୟର ସମାବିଲ ଡିସୁଜାଙ୍କଠୁ । ଯିଏ ୱାନଖେଡେଙ୍କ ଟିମ ପାଇଁ କାମ କରିବା ସହ ଓ ଡ୍ରଗ୍ସ ସପ୍ଲାୟ ସମ୍ବନ୍ଧରେ ଗୁପ୍ତ ସୂଚନା ଦେଇ କମିଶନ ନିଏ । ଅନ୍ୟଜଣେ ହେଲେ ପାଟିଲ । ପାଟିଲ ଓ ଡିସୁଜା କ୍ରୁଜରେ ହେବାକୁ ଥିବା ଡ୍ରଗ୍ସ ପାର୍ଟି ବାବଦରେ ସମୀରଙ୍କ ସୂଚନା ଦିଏ ଓ ୫୦ ଲକ୍ଷ ଟଙ୍କା କମିଶନ ସହ ଡିଲ ଫାଇନାଲ କରିଥିଲେ । ଯୋଜାନା ମୁତାବକ ୱାନଖେଡେଙ୍କ ବାମ ହାତ ତଥା ଏନସିବିି ଅଧୀକାରୀ ବିବି ସିଂ, ଅନ୍ୟ ଦୁଇ ସାଥୀ ଭାନୁଶାଳୀ ଓ କିରଣ ଗୋସାବୀଙ୍କ ସହ ମିଶି ବ୍ଲୁପ୍ରିଂଟ ପ୍ରସ୍ତୁତ କରନ୍ତି । ସମୀର ୱାନଖେଡେଙ୍କ ନିର୍ଦ୍ଦେଶ ଥିଲା କ୍ରୁଜରୁ ଜଣେ ହାଇପ୍ରୋଫାଇଲ ଚେହେରାଙ୍କୁ ଧରିବା ପାଇଁ । ଏହା ପରେ ଏନସିବିି ୨୭ଜଣ ଲୋକଙ୍କ ତାଲିକା ପ୍ରସ୍ତୁତ କରେ ।

ଆରିୟନ ଖାନ କୌଣସି ପରିସ୍ଥିତିରେ ଯେମିତି ଘର ସହ ଯୋଗାଯୋଗ ନକରିପାରନ୍ତି ତେଣୁ ତାଙ୍କ ଫୋନକୁ ଜବତ କରିଦିଆଯାଏ । ଆରିୟନଙ୍କ ନିକଟରୁ କୌଣସି ନିଶାଦ୍ରବ୍ୟ ମିଳିନଥିଲା କିନ୍ତୁ ହ୍ୱାଟସପ ଚାର୍ଟକୁ ଆଧାର କରି ତାଙ୍କୁ ଗିରଫ କରିଥିଲା ଏନସିବି । ଆରିୟନ ଖ।।ନଙ୍କୁ ଗିରଫ କରାଯିବା ପରେ ତାଙ୍କ ଅଡିଓ ରେକର୍ଡ କରାଯାଏ । ଗୋସାବୀ, ଆରିୟନଙ୍କ ସହ ସେଲଫି ନେଇ ଶାହାରୁଖଙ୍କ ପର୍ସନାଲ ଆସିଷ୍ଟାଂଟ ପୂଜା ଦଦଲାନୀଙ୍କୁ ପଠାଏ । ଏହା ପରେ ଆରମ୍ଭ ହୁଏ ୨୫କୋଟି ଟଙ୍କାର ଡିଲ । ନିଜକୁ ଏନସିବି ଅଧିକାରୀ କହୁଥିବା ଗୋସାବୀ ପୂଜାଙ୍କ ସହ ସିକ୍ରେଟ ମିଟିଂ କରେ ଓ ୨୫କୋଟି ଟଙ୍କାର ଡିଲକୁ ୧୮କୋଟିର ଫାଇନାଲ କରେ । ୫୦ଲକ୍ଷ ଟଙ୍କା କମିଶନ ମଧ୍ୟ ନିଏ ଗୋସାବୀ । ତେବେ ଗୋସାବୀର ଗୋଟିଏ ଭୁଲ ପୂରା ଯୋଜନାକୁ ପଣ୍ଡ ପରେ । ଯେତେବେଳେ ଗୋସାବୀ ଆରିୟନଙ୍କ ସହ ଉଠାଇଥିବା ସେଲଫି ଭାଇରାଲ ହୁଏ ସେତେବେଳେ ସ୍ପଷ୍ଟ ହୁଏ ଗୋସାବୀ ଜଣେ ଏନସିବି ଅଧିକାରୀ ନୁହଁନ୍ତି । ବାସ ଏଠାରୁ ବିଗିଡିଯାଏ ସମୀର ୱାନଖେଡେଙ୍କ ଷଡଯନ୍ତ୍ର । ଏହା ଉପରେ ମାମଲାର ତଦନ୍ତରେ ଅବହେଳା ହେଉଥିବା ଅଭିଯୋଗ ଆସେ ଓ ସମୀର ୱାନଖେଡେଙ୍କ ବିରୋଧରେ ପାଲଟା ତଦନ୍ତ ଆରମ୍ଭ ହୁଏ । ଦିଲ୍ଲୀ ଏନସିବି ମୁମ୍ବାଇରେ ପହଁଚି ଖୋଲତାଡ କରେ । ଏନସିବିିର ଭିଜିଲାନ୍ସ ମାମଲାକୁ ନିଜ ହାତକୁ ନେଇ ତଦନ୍ତ କରେ । ଆରିୟନଙ୍କୁ ରଖାଯାଇଥିବା ସେଲର ସିସିଟିଭି ଫୁଟେଜ ନଷ୍ଟ କରାଯିବା ସନ୍ଦେହକୁ ଘନୀଭୂତ କରିଥିଲା । ଏଥିସହ ସନ୍ଦେହଘେରରେ ଥିବା ଏନସିବି ଅଧୀକାରୀଙ୍କ ଫୋନରୁ ମଧ୍ୟ ତଥ୍ୟ ନଷ୍ଟ ଭିଜିଲାନ୍ସର ସହେନ୍ଦକୁ ସତରେ ପରିଣତ କରେ ।

ଏନସିବି ମାମଲାକୁ ନେଇ ରିପୋର୍ଟ ପ୍ରସ୍ତୁତ କରି ଗୃହମନ୍ତ୍ରାଳୟକୁ ପଠାଇବା ପରେ ମାମଲା ସିବିଆଇ ହାତକୁ ଆସିଥିଲା । ପରେ ସିବିଆଇ ସମୀର ୱାନଖେଡେଙକ ଠିକଣାରେ ଚଢାଉ କରିବା ସହ ୨୫କୋଟି ଟଙ୍କାର ଡିଲର ପର୍ଦ୍ଦାଫାଶ କରେ । ମାମଲାରେ ଆରିୟନ ଖାନଙ୍କୁ ଅକ୍ଟୋବର ୨୮ ତାରିଖରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ମେ ୨୭ ୨୦୨୨ ଏନସିବି ମଧ୍ୟ ଆରିୟନଙ୍କୁ କ୍ଲିନଚିଟ୍ ଦେଇଥିଲା ।