ଛୋଟ ପିଲାଙ୍କୁ ବି ହେଉଛି ଉଚ୍ଚ ରକ୍ତଚାପ! ବଦଳୁଥିବା ଜୀବନଶୈଳୀ, ମୋଟାପଣ ପାଲଟିଛି ଚିନ୍ତାର କାରଣ

169

କନକ ବ୍ୟୁରୋ: ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ସମସ୍ୟା ଦେଖାଦେଉଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ତେବେ ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟାରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା କଥା,
ବିଶ୍ୱରେ ୩ରୁ ୬ ପ୍ରତିଶତ ପିଲାଙ୍କ ଠାରେ ଦେଖିବାକୁ ମିଳୁଛି ଉଚ୍ଚ ରକ୍ତଚାପ ସମସ୍ୟା
୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ
ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟାରେ ଦେଖାଦେଉଛି
ମୋଟାପଣ, ଜୀବନଶୈଳୀ, ଚାପଗ୍ରସ୍ତ ପରିବେଶ, ଅସନ୍ତୁଳିତ ଖାଦ୍ୟ ପ୍ରମୁଖ କାରଣ
ଅତ୍ୟଧିକ ମେଦବୃଦ୍ଧି ଯୋଗୁଁ ୩୦% ପିଲା ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି

ପିଲାଙ୍କ ଜୀବନଶୈଳୀ ଓ ଖାଦ୍ୟ ବଦଳିବାରେ ଲାଗିଛି । ଅତ୍ୟଧିକ ମୋବାଇଲ୍ ବ୍ୟବହାର, ପିଜର, ବର୍ଗର କୋଲ୍ଡ ଡ୍ରିକ୍ସ ଭଳି ଜଙ୍କ ଫୁଡ୍, ଶିକ୍ଷା କ୍ଷେତ୍ରରେ ଅତ୍ୟଧିକ ଚାପ ସବସ୍ୟା ସୃଷ୍ଟି କରୁଛି । ତେଣୁ ପିଲାଙ୍କୁ କିପରି ଏହିସବୁ ସମସ୍ୟାରୁ ଦୂରେଇ ରଖାଯାଇପାରିବ, ଏ ନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର ।

ଉଚ୍ଚ ରକ୍ତଚାପରୁ ରକ୍ଷା ପାଇବାର ଉପାୟ
ଜୀବନଶୈଳୀରେ ଶୃଙ୍ଖଳା ଆଣିବା
ମସ୍ତିଷ୍କକୁ ଆବଶ୍ୟକ ବିଶ୍ରାମ ଦେବା
ଖାଦ୍ୟପେୟରେ ସନ୍ତୁଳନ ରଖିବା
ଅଧିକ ପନିପରିବା ଖାଇବା ସହ ଖାଦ୍ୟରେ ଅଧିକ ଲୁଣ ନଖାଇବାକୁ ପରାମର୍ଶ
ରକ୍ତଚାପ ଜନିତ ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା
ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିବା