ଡ୍ରାଇଭରଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ : ହନ୍ତସନ୍ତ ହେଉଛନ୍ତି ଲୋକେ; ମିଳୁନି ପେଟ୍ରୋଲ, ପରିବା ଅଭାବ

332

କନକ ବ୍ୟୁରୋ : ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଦିନରାତି ଆନ୍ଦୋଳରେ ଡ୍ରାଇଭର ସଂଘ ବସିଥିବା ବେଳେ ଏହି ଆନ୍ଦୋଳନ ଯୋଗୁଁ ବେଶ ପ୍ରଭାବିତ ହୋଇଛି ଜନଜୀବନ । ବାଲେଶ୍ୱରରେ ପେଟ୍ରୋଲ ଅଭାବ । ବିଭିନ୍ନ ସ୍ଥାନରେ ମିଳୁନି ପେଟ୍ରୋଲ । ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ଥିବା ବେଳେ ଅସୁବିଧା ଭୋଗୁଛନ୍ତି ଲୋକେ ।

ସେହିଭଳି ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ବଜାର । ବ୍ରହ୍ମପୁର ବଡବଜାରରେ ମାର୍କେଟ ଖାଁ ଖାଁ ହୋଇପଡ଼ିଛି । ହୋଲସେଲ ବଜାର ବନ୍ଦ ଥିବା ବେଳେ କିଛି ଖୁଚୁରା ବ୍ୟସାୟୀଙ୍କ ଦ୍ୱରା ଚାଲିଛି କିଣାବିକା । ଅଳ୍ପ ମାତ୍ରାରେ ଜିନିଷ ମିଳୁଥିବାରୁ ପରିବା ଦର ମାତ୍ରାଧିକ ବଢିଯାଇଛି । ପରିବାର ଚଢା ଦର ଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।