ମାଗଣା ମେଡିକାଲ୍ ଚେକଅପ୍ । ଲୋକଙ୍କ ମାଗଣା କ୍ୟାନସର,ମଧୁମେହ ଓ ଥାଇରଏଡ୍ ଚେକଅପ କରିବେ ଡାକ୍ତର ।

114

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଅଇଁଠାପାଲି ସ୍ଥିତ ବେସରକାରୀ ବସଷ୍ଟାଣ୍ଡଠାରେ ସାଥି ଚେରିଟେବଲ ଟ୍ରଷ୍ଟ ଓ ରାୟପୁର ସ୍ଥିତ ସଂଜୀବନି ମେଡିକାଲର ସହଯୋଗରେ ନିଃଶୁଳ୍କ କ୍ୟାନସର,ମଧୁମେହ ଓ ଥାଇରଏଡ୍ ଚେକଅପ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାୟପୁରରୁ କ୍ୟାନସର୍ ବିଶେଷଜ୍ଞ ଓ ସମ୍ବଲପୁର ଆସୁଛନ୍ତି । ଡ. ଜୋତିର୍ମୟୀ ପ୍ରଧାନ, ଡ.ଅମିତ ଡାଲମିଆ, ଡ.ଅର୍ପଣ ଚତୁରମହତା, ଡ.ଅଙ୍କିତ ଠୋକେ, ଡ.ଅରୁଣ କୁମାର ଡାଲମିଆ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ମାଗଣାରେ ଶରୀର ପରୀକ୍ଷା କରିବେ । ଓଡ଼ିଶା ସରକାରଙ୍କ BSKY କାର୍ଡରେ ଏଠାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରାଯିବ । ଏହି ଚେକଅପ୍ ସକାଳ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ।