ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ୧୨୩ ମୃତଦେହର ଡିଏନ୍ଏ ଟେଷ୍ଟ ପାଇଁ ହୋଇଛି ନମୁନା ସଂଗ୍ରହ

224

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ଅଚିହ୍ନା ଓ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

ଚିହ୍ନଟ ହୋଇନଥିବା ୫୨ଟି ମୃତଦେହର ଡିଏନଏ ନମୁନା ନିଆଯାଇଛି । ଆଜି ଏହି ନମୁନା ଦିଲ୍ଲୀ ଏମ୍ସକୁ ଟେଷ୍ଟ ପାଇଁ ପଠାଯିବ । ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଡିଏନଏ ଟେଷ୍ଟ ମାଧ୍ୟମରେ ପରିଚିତ ଚିହ୍ନ ବା ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି । ବିଭିନ୍ନ ହସ୍ପିଟାଲରେ ଥିବା ମୃତଦେହକୁ ଏମ୍ସକୁ ଅଣାଯିବ । ଗୋଟିଏ ଜାଗାରେ ମୃତଦେହ ରହିଲେ ମୃତକଙ୍କ ପରିବାରକୁ ଗୋଟିଏ ଜାଗାରୁ ମିଳିପାରିବ ।