ଋଷ କଲା ପ୍ରଳୟଙ୍କରୀ ଆକ୍ରମଣ। ୟୁକ୍ରେନରେ ହେବ ଜଳପ୍ରଳୟ!

817

କନକ ବ୍ୟୁରୋ:  ପ୍ରଖର ସ୍ରୋତରେ ବୋହୁଛି ପାଣି । ମାନୁନି ବାଡ଼ବନ୍ଧ । ୟୁକ୍ରେନର ଖାରସେନ ସହର ଆଡକୁ ମାଡିଚାଲିଛି ଡ୍ୟାମର ପାଣି । ୟୁକ୍ରେନର ସବୁଠୁ ବଡ ଡ୍ୟାମ୍ ନୋବା କଖୋବ୍କା । ଯାହାକୁ ଏବେ ମିସାଇଲ ମାଡ଼ କରି ଧ୍ୱଂସ କରିଛି ରୁଷ ସେନା । ୟୁକ୍ରେନର ଦକ୍ଷିଣରେ ଥିବା ଏହି ଡ୍ୟାମ୍ ଦେଶର ସବୁଠୁ ବଡ ଡ୍ୟାମ୍ ଓ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର । ଧ୍ୱଂସ ହେବା ପରେ ୟୁକ୍ରେନରେ ଜଳପ୍ରଳୟ ଆଶଙ୍କା ଦେଖାଦେଇଛି । ଯଦି ପାଣିକୁ ରୋକାନଯାଏ ତେବେ ୟୁକ୍ରେନର ଅଧିକାଂଶ ସ୍ଥାନରେ ବୁଡ଼ିଯିବା ଆଶଙ୍କା ରହିଛି । ଡ୍ୟାମ ନିକଟରେ ଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ବନ୍ୟା  ଆଶଙ୍କା ଭିତର ଏବେ  ରହିଛି ପୂରା ୟୁକ୍ରେନ ।

ଡ୍ୟାମ୍ ଧ୍ୱଂସ ହେବା ପରେ ୟୁକ୍ରେନରେ ଆଲର୍ଟ ଜାରି କରାଯାଇଛି ।  ଜରୁରୀବୈଠକ ଡକାଇ ସ୍ଥିତି ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସୂଚନା ଅନୁସାରେ ଏହି ଡ୍ୟାମ ଉପରେ ୟୁକ୍ରେନ ବେଶ ନିର୍ଭରଶୀଳ । ଏଠାରୁ ଦେଶର ସବୁଠୁ ଅଧିକ ବିଜୁଳି ଉତ୍ପାଦନ ହୁଏ । । ନିପ୍ରୋ ନଦୀ ଉପର ୧୯୫୬ ମସିହାରେ ଏହି  ନିର୍ମିତ ହୋଇଥିଲା ଏହି ଡ୍ୟାମ୍ ।

ଲଗାତାର କିଛି ଦିନ ହେବ ଋଷ ଉପରେ ଆକ୍ରମଣ କରୁଛି ୟୁକ୍ରେନ । ମସ୍କୋରେ ମିସାଇଲ ମାଡ ତ ପୁଣି କେବେ ତେଲ ଡିପୋକୁ ଧ୍ୱଂସ କରି ୟୁକ୍ରେନ ଏକଥା ପ୍ରମାଣ କରୁଛି କି ସେ ମଧ୍ୟ ଆକ୍ରମଣର ପାଲଟା ଜବାବ ଦେଇଜାଣେ । ଯେଉଁଥିରେ ପ୍ରତିଶୋଧ ପରାୟଣ ହୋଇ କ୍ରେମଲିନ ଏବେ ୟୁକ୍ରେନର ଏହି ସବୁଠୁ ବିଶାଳ ଡ୍ୟାମକୁ ଟାର୍ଗେଟ କରିଛି  ।