ଭାରତର ବିଶ୍ୱକପ ବିଜୟ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧୋନିଙ୍କ ମା’ । କହିଲେ, ପୁଣିଥରେ ଭାରତ ହେବ ବିଶ୍ୱବିଜେତା

210

ଆସନ୍ତା ୫ ତାରିଖରେ ଭାରତ ଆରମ୍ଭ କରିବ ବିଶ୍ୱକପ ଅଭିଯାନ । ଦକ୍ଷିଣ-ଆଫ୍ରିିକା ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଭାରତ ଟାଇଟଲ ଦାବିଦାର ରହିଛି । ଏପରିକି ଭାରତ ବେଶ ସହଜରେ ସେମିଫାଇନାଲରେ ପହଞ୍ଚି ପାରିବ ବୋଲି କ୍ରିକେଟ ବିଶାରଦ ମାନେ ଭବିଷ୍ୟବାଣୀ କରିଛନ୍ତି । ଆଉ ଏସବୁ ଭିତରେ ଭାରତ ପୁଣିଥରେ ବିଶ୍ୱକପର ବିଜେତା ହେଉ ସେନେଇ ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି କ୍ରିକେଟ ପ୍ରେମୀ ।

ପୁଣିଥରେ ବିଶ୍ୱବିଜେତା ହେବ ଭାରତ । ଏଥିପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ମା’ ଆଜି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚରେ ଧୋନି ଧୂଆଁଧାର ଶତକ ମାରିବା ପରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଧୋନିଙ୍କ ମା’ ।

ରାଞ୍ଚିର ଦେଓରି ମନ୍ଦିରରେ ଭାରତର ବିଶ୍ୱକପ ବିଜୟ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ଧୋନିଙ୍କ ମା’ । ଏପରିକି ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ବିଶ୍ୱକପ ଟାଇଟଲ ହାସଲ କରିବ ବୋଲି କହିଛନ୍ତି ମା’ ଦେବକୀ । ଏହି ସେହି ମନ୍ଦିର ଯେଉଁଠି ୨୦୧୧ ବିଶ୍ୱକପ ପୂର୍ବରୁ ପୂଜାର୍ଚ୍ଚନା କରିଥିଲେ ଧୋନି ଓ ଟିମ୍ ଇଣ୍ଡିଆର ବିଜୟ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଆଉ ଦୀର୍ଘ ୨୮ ବର୍ଷ ପରେ ପୁଣିଥରେ ଭାରତ ଧୋନିଙ୍କ ନେତୃତ୍ୱରେ ବିଶ୍ୱକପ ଟାଇଟଲ ହାସଲ କରିଥିଲେ ।