ନା ଧର୍ମ ନା ଜାତି, କିଛି ଭାବିଲେନି ଚର୍ଚ୍ଚ ବିଶପ । ନିଜ କିଡ଼ନୀ ଦାନ କରି, ବଞ୍ଚାଇଲେ ଜଣେ ହିନ୍ଦୁ ଯୁବକର ଜୀବନ ।

270

କନକ ବ୍ୟୁରୋ: ଆଧୁନିକ ଯୁଗ ସହିତ ଅନେକ ସ୍ଥାନରେ ମଣିଷର କର୍ତ୍ତବ୍ୟ ମଧ୍ୟ ବଦଳିଯାଇଥିବା ଦେଖିବାକୁ ମିଳେ । ହେଲେ କେରଳର ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି ମାନବ ଧର୍ମର ଏକ ଉଦାହରଣ ପାଲଟିଛନ୍ତି । ଯାହା ଏବେ ଚର୍ଚ୍ଚା ଜୋର ଧରିଛି । କିଭଳି ଜଣେ ହିନ୍ଦୁ ଲୋକକୁ ନିଜର କିଡନୀ ଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି ଯାହା ଏବେ ବେଶ ଚର୍ଚ୍ଚାରେ ରହିଛି ।

ସୂଚନା ମୁତାବକ କେରଳର ୩୦ ବର୍ଷିଅ ହିନ୍ଦୁ ଯୁବକ ସୁରଜ ସୁଧାକରଣ ଦୀର୍ଘ ଦେଢ଼ ବର୍ଷ ହେବ ନିଜର କିଡ଼ନୀ ହରାଇ ବସିଥିଲେ। ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ କେରଳର ସାଇରୋ ମାଲବର କ୍ୟାଥୋଲିକ୍ ଚର୍ଚ୍ଚର ବିଶପ ଜାକବ ମୁରିକେନ୍ ତାଙ୍କୁ ନିଜର କିଡନୀ ଦାନ କରିଥିଲେ । ଏପରି କିଡ଼ନୀ ଦେବା ଘଟଣା ଏବଂ ଜଣେ ହିନ୍ଦୁ ବ୍ୟକ୍ତିକୁ ଜୀବନ୍ତ ଅବସ୍ଥାରେ କୌଣସି ବିଶପ କିଡ଼ନୀ ଦାନ କରିବା ଘଟଣାଟି ପ୍ରଥମ ଥର ପାଇଁ ଘଟିଛି । ଯାହା ମାନବ ସେବା ଏବଂ ଅନ୍ୟ ଧର୍ମାନୁଲମ୍ବୀଙ୍କ ପାଇଁ ଉଦାହରଣ ପାଲଟିଛି କହିଲେ ଅତ୍ୟୁକ୍ତି ହେବନି ।

ସେପଟେ ଦୀର୍ଘ ଦିନ ହେବ କିଡ଼ନୀ ରୋଗରେ ଅସୁସ୍ଥ ଥିବା ସୁରଜ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି, କି ଅନେକ ଦିନ ହେବ କିଡ଼ନୀ ରୋଗରେ ସେ ପିଡ଼ୀତ ଥିଲେ ଆଉ ଯେତେବେଳେ ପରିସ୍ଥିତି ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲା ସେ ଚିକିତ୍ସା ଆରମ୍ଭ କଲେ କିନ୍ତୁ ସେ ଭଲ ହେବାର ପାଖାପାଖି ପ୍ରାୟ ଦେଢ଼ ବର୍ଷ ହୋଇଗଲାଣି । ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ବଞ୍ଚାଇବା ପାଇଁ ଜଣେ ବିଶପ ତାଙ୍କ କିଡ଼ନୀ ମୋତେ ଦେଇଛନ୍ତି। ସେ ଏବେ ମୋ ପାଇଁ ଜଣେ ଭଗବାନଙ୍କଠାରୁ କମ୍ ନୁହଁନ୍ତି ବୋଲି କହିଛନ୍ତି ସୁରଜ । ଅନ୍ୟପଟେ ବିଶପଙ୍କ ଏଭଳି ମାନବଧର୍ମୀ ଚିନ୍ତାଧାରା ସମଗ୍ର ମାନବଜାତି ପାଇଁ ଉଦାହରଣ ପାଲଟିଛି ।