କରୋନା ପାଇଁ ସତର୍କ କରାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ

200

କନକ ବ୍ୟୁରୋ : କରୋନା ପାଇଁ ସତର୍କ କରାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଭିଡରୁ ଦୁରେଇ ରହିବା ସହ ବିଦେଶ ଯାତ୍ରା ଏଡାଇବାକୁ ଉପଦେଶ ମଧ୍ୟ ଦିଆଯାଇଛି । ତୁରନ୍ତ ବୁଷ୍ଟର ଡୋଜ୍ ନେବାକୁ କହିଛି ମେଡିକାଲ ସଂଘ ।

ଅନ୍ୟପଟେ ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ । ଲୋକଙ୍କୁ ସରର୍କ ରହିବାକୁ ପରାମର୍ଶ ଦେବା ସହ କରୋନାକୁ କିଭଳି ମୁକାବିଲା କରାଯିବ ସେନେଇ ପ୍ରସ୍ତୁତ ହେଉଛି । ତେଣୁ ସ୍ୱାସ୍ଥବିଭାଗର ପରାମର୍ଶକୁ ଲୋକେ ମାନିବା ଜରୁରୀ ହୋଇପଡିଛି । ପୂର୍ବରୁ ଯେଉଁଭଳି ଭାବେ କରୋନା ସଂକ୍ରମଣକୁ ଏଡାଇବା ପାଇଁ ଲୋକେ ମାସ୍କ ପିନ୍ଧୁଥିଲେ, ହାତକୁ ବାରମ୍ବାର ସାନିଟାଇଜ୍ କରୁଥିଲେ ଠିକ୍ ସେହିଭଳି ସଚେତନ ହେବାକୁ ପଡିବ । ନଚେତ୍ ଯଦି ରାଜ୍ୟରେ କରୋନା ସଂକ୍ରମଣ ବଢେ ତେବେ ଆଗାମୀ ଦିନରେ ଲକଡାଉନ୍ ସଟଡାଉନ୍ ଭଳି ପରିସ୍ଥିତି ମଧ୍ୟ ଉପୁଜିପାରେ । ତେଣୁ ଲକଡାଉନ୍, ସଟଡାଉନଠୁ ଦୁରେଇ ରହିବା ପାଇଁ ଲୋକେ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସେହିଭଳି କରୋନା ପାଇଁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।