ଭୋଗରାଇ ଚନ୍ଦନେଶ୍ୱରେ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ଚୈତ୍ର ମାସର ପ୍ରଥମ ସୋମବାରରେ ଭୋଳାବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ।

83

କନକ ବ୍ୟୁରୋ: ଆଜି ପବିତ୍ର ଚୈତ୍ର ମାସର ପ୍ରଥମ ସୋମବାର । ଚଳଚଂଚଳ ଭୋଗରାଇର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ପୀଠ । ବାବାଙ୍କୁ ଦର୍ଶନ କରିବା ପାଇଁ ଜମିଛି ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡ । ଓଡିଶା ସମେତ ପଶ୍ଚିମବଙ୍ଗ, ବିହାରରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପ୍ରବଳ ଜନ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ପୋଲିସକୁ ନିୟୋଜିତ କରାଯାଇଛି । ଭୋର ୪ଟାରୁ ମନ୍ଦିରର ନୀତିକାନ୍ତି ଶେଷ ହେବା ପରଠାରୁ ମନ୍ଦିରରେ ପ୍ରବଳ ଭିଡ ଲାଗିବା ସହ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ନାଇନ ଲାଗିଛି ।