ରତ୍ନଭଣ୍ଡାର ଖୋଲିବାକୁ ବଢ଼ୁଛି ଦାବି: ଗଜପତିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

88

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ? ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରତ୍ନ, ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ? ରତ୍ନଭଣ୍ଡାରର ସ୍ଥିତି କେମିତି ରହିଛି? ଏହା ଜାଣିବା ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀ ଅପେକ୍ଷା କରିଛନ୍ତି । କିନ୍ତୁ ରତ୍ନଭଣ୍ଡାର ଖୋଲିବା ନେଇ ତତ୍ପରତା ଦେଖାଉନାହାନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଯାହାକୁ ନେଇ ଆଜି ଗଜପତି ମହାରାଜାଙ୍କୁ ଭେଟିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ଆଉ ତୁରନ୍ତ ଖୋଲିବାକୁ ଦାବି କରିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ? ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରତ୍ନ, ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ? ରତ୍ନଭଣ୍ଡାରର ସ୍ଥିତି କେମିତି ରହିଛି? ଏହା ଜାଣିବା ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀ ଅପେକ୍ଷା କରିଛନ୍ତି । କିନ୍ତୁ ରତ୍ନଭଣ୍ଡାର ଖୋଲିବା ନେଇ ତତ୍ପରତା ଦେଖାଉନାହାନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଯାହାକୁ ନେଇ ଆଜି ଗଜପତି ମହାରାଜାଙ୍କୁ ଭେଟିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ ।

ଦୀର୍ଘ ୪୫ ବର୍ଷ ତଳେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଥିଲା । ରତ୍ନ, ଅଳଙ୍କାର ଗଣତି ହୋଇଥିଲା । କିନ୍ତୁ ତାପରେ ବାରମ୍ବାର ଦାବି ସତ୍ୱେ ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲା ଯାଇ ନାହିଁ । ଶ୍ରମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର, ରତ୍ନଭଣ୍ଡାର ଖୋଲିବାକୁ ବିଶେଷ ତତ୍ପରତା ଦେଖାଉ ନାହାନ୍ତି । ଯାହାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ, ଆଉ ତେଜିବାରେ ଲାଗିଛି ରତ୍ନଭଣ୍ଡାର ଖୋଲିବା ଦାବି..

କଂଗ୍ରେସର ରଣହୁଙ୍କାର ପରେ ଆଜି ବିଜେପିର ଏକ ପ୍ରତିନିଧି ଦଳ ଗଜପତି ମହାରାଜାଙ୍କୁ ଭେଟି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଟିମ ଗଜପତି ମହାରାଜାଙ୍କୁ ଭେଟିଛନ୍ତି । ଅଗଷ୍ଟ ୪ ତାରିଖରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ତୁରନ୍ତ କମିଟି ଗଠନ କରିବାକୁ ଦାବି କରିଛନ୍ତି । ତେବେ ଯଦି ତୁରନ୍ତ କମିଟି ଗଠନ ନହୁଏ ତାହେଲେ, ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା ।

ବିଜେପି ନେତା ଗଜପତି ମହାରାଜାଙ୍କୁ ଭେଟିବା ଓ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିବା ପରେ ବିଜେଡି ଜବାବ ରଖିଛି । ବିଜେପି ରାଜନୈତିକ ଉଦେଶ୍ୟ ରଖି ରତ୍ନଭଣ୍ଡାର ପ୍ରସଙ୍ଗକୁ ସବୁବେଳେ ଚର୍ଚ୍ଚା କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଏକ କମିଟି ଗଠନ କରିବାକୁ ହାଇକୋର୍ଟ ଗତ ଅଗଷ୍ଟ ମାସରେ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସନକୁ ୨ମାସ ଭିତରେ କମିଟି ଗଠନ ପାଇଁ କୋର୍ଟ କହିଥିଲେ । କିନ୍ତୁ ଏହା ଭିତରେ ପ୍ରାୟ ଅଢ଼େଇ ମାସ ବିତି ଯାଇଥିଲେ ବି କମିଟି ଗଠନ ହୋଇନାହିଁ । ଯାହାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ଚର୍ଚ୍ଚା ବଢ଼ିବାରେ ଲାଗିଛି ।