ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି । ଆଜି କୋର୍ଟ କଚେରୀ ସମେତ ସରକାରୀ ଅଫିସ ବନ୍ଦ, ରାଜ୍ୟର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ସଂଘ

64

କନକ ବ୍ୟୁରୋ : ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି । ଆଜି ସମ୍ବଲପୁରରେ କୋର୍ଟ କଚେରୀ ସମେତ ସରକାରୀ ଅଫିସ ବନ୍ଦ କରିଛନ୍ତି ଜିଲ୍ଲା ଓକିଲ ସଂଘ । ସପ୍ତାହର ପ୍ରତି ବୁଧବାର ବନ୍ଦ ପାଇଁ ଜିଲ୍ଲା ଓକିଲ ସଂଘ ନିଷ୍ପତି ନେଇଛି ।
କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିଛନ୍ତି । ହେଲେ ରାଜ୍ୟ ସରକାର କାହିଁକି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଉ ନାହାନ୍ତି ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରଶ୍ନ କରିଛି ।