ଦିଲ୍ଲୀରେ ବିଷାକ୍ତ ବାୟୁମଣ୍ଡଳ: ହସ୍ପିଟାଲରେ ଆଲର୍ଜି, ଶ୍ୱାସ ଜନିତ ରୋଗୀଙ୍କ ଭିଡ, ଚେତାଇଲେ ବିଶେଷଜ୍ଞ ।

88

କନକ ବ୍ୟୁରୋ: ଦୀପାବଳି ପରେ ଦିଲ୍ଲୀର ବାୟୁମଣ୍ଡଳ ଜହର ପାଲଟିଛି । ବିଶେଷ କରି ଏନସିଆର ଇଲାକାରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଫଳରେ ଆଲର୍ଜି ଏବଂ ଶ୍ୱାସକ୍ରିୟା ରୋଗର ମାମଲା ବୃଦ୍ଧି ପାଇଛି ଏବଂ ଡାକ୍ତରଖାନାରେ ଏହିପରି ରୋଗୀଙ୍କ ଭିଡ଼ ବୃଦ୍ଧି ପାଇଛି ।

ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ଖରାପ ହେବା ସହ ବିଷାକ୍ତ ଧୂଆଁ ସାରା ପରିବେଶକୁ ବିଷାକ୍ତ କରିପକାଇଛି । ଯାହା ପ୍ରଭାବରେ ଆଖିରେ ଯନ୍ତ୍ରଣା ହେବା ଏବଂ ଆସ୍ଥମା ଭଳି ସମସ୍ୟା ବୃଦ୍ଧି ପାଇଛି ଏବଂ ବିଭିନ୍ନ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ସିଓପିଡି, ଆସ୍ଥମା, ଇଣ୍ଟରଷ୍ଟିଟିଆଲ୍ ଫୁସଫୁସ୍ ଜନିତ ରୋଗ ଏବଂ ଗୁରୁତର ପୋଷ୍ଟ-କୋଭିଡ୍ ସିକ୍ୱେଲ ଭଳି ରୋଗ ଭଳି ସମସ୍ୟା ବଢିବାର ସମ୍ଭାବନା ରହିଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଖରାପ ବାୟୁ ଗୁଣବତ୍ତା ମଣିଷ ଶରୀରରେ ଇନସୁଲିନ୍ ପ୍ରତିରୋଧ ସୃଷ୍ଟି ହୁଏ । ଫଳରେ ମଧୁମେହ ହୋବର ଯଥେଷ୍ଟ ସମ୍ଭାବନା ରହିଛି । ଏହାବ୍ୟତୀତ ହୃଦଘାତ ଆଉ ଏକ ଗୁରୁତର ସମସ୍ୟା ।

ଏହାସହ ଲୋକଙ୍କଠାରେ ଚର୍ମ ଓ ଚକ୍ଷୁ ଆଲର୍ଜି ସହ ମହିଳାଙ୍କ ଠାରେ ପ୍ରଜନନ କ୍ଷମତାକୁ ମଧ୍ୟ ଗଭୀର ପ୍ରଦୂଷଣ ପ୍ରଭାବିତ କରିପାରେ । ତେଣୁ ସରକାର ଏନେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।