ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସର୍ତକ କରାଇଲା ଦିଲ୍ଲୀ ପୁଲିସ ଓ ଏଫବିଆଇ । ଅଜ୍ଞାତ ହ୍ୱାଟସଆପ୍ କଲଠୁ ଦୂରେଇ ରହିବାକୁ ପରାମର୍ଶ

195

କନକ ବ୍ୟୁରୋ : ବୃଦ୍ଧି ପାଉଛି ସାଇବର ଅପରାଧ, ନ୍ୟୁଡ କଲ ଫାଶରେ ଛନ୍ଦି ହେଉଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ନେତାମନ୍ତ୍ରୀ । ନୂଆଦିଲ୍ଲୀ ପୋଲିସ ଓ ଏଫିବିଆଇ ପକ୍ଷରୁ ସେକ୍ସଟର୍ସନକୁ ନେଇ ଜାରି ହେଲା ସର୍କୁଲାର । ବିଭିନ୍ନ ସମୟରେ ସାଇବର ଅପରାଧି ମାନେ ନ୍ୟୁଡ କଲକୁ ଆଧାର କରି ନେତା, ମନ୍ତ୍ରୀ ତଥା ସେଲିବ୍ରିଟି ମାନଙ୍କୁ ବ୍ଲାକମେଲ କରିବା ଖବର ସାମ୍ନାକୁ ଆସୁଛି । ହାଇପ୍ରୋଫାଇଲ ଚେହେରାଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧି । ଏପରିକି ସାଧାରଣ ଜନତା ମଧ୍ୟ ଏଥିରୁ ବର୍ତୁନାହାଁନ୍ତି । ଏଭଳି ସ୍ଥିତିରେ ଅଧିକ ସଚେତନ ରହିବ।କୁ ପରାମର୍ଶ ଦେଇଛି ଦିଲ୍ଲୀ ପୋଲିସ । ନିଜର ସୋସିଆଲ ମିଡିଆ ଆକାଉଂଟକୁ ଗୋପନୀୟ ରଖିବା ସହିତ ପାସୱାର୍ଡ ମାଧ୍ୟମରେ ସୁରକ୍ଷିତ ରଖିବାକୁ ଜାରି ସର୍କୁଲାରରେ କୁହାଯାଇଛି । ନିଜର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ ନକରିବାକୁ ଏବଂ ବ୍ୟକ୍ତିଗତ ସୂଚନାର ପ୍ରଦର୍ଶନକୁ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି । ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମଧ୍ୟ ନ୍ୟୁଡ କଲକୁ ନେଇ ବ୍ଲାକମେଲର ଶିକାର ହୋଇଥିଲେ, ପରେ ପୋଲିସ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା । କେବଳ ଦିଲ୍ଲୀ ପୋଲିସ ନୁହେଁ ଫେଡେରାଲ ବ୍ୟରୋ ଅଫ୍ ଇନଭେଷ୍ଟିଗେସନ(ଏଫବିଆଇ) ମଧ୍ୟ ସେକ୍ସଟର୍ସନକୁ ନେଇ ସର୍କୁଲାର ଜାରି କରିଛି ।