ମନ ଜିତିଲା ଟାଇଗର ଥ୍ରୀର ନୂଆ ପ୍ରମୋ । ସଲମାନ, ଇମ୍ରାନ ଓ କ୍ୟାଟ୍ରିନାଙ୍କ ଦମଦାର ଷ୍ଟଂଟକୁ ଦର୍ଶକଙ୍କ ପସନ୍ଦ ।ଦୀପାବଳିରେ ବଡପରଦାକୁ ଆସିବ ଟାଇଗର ଥ୍ରୀ,ନଭେମ୍ବର ୧୨ରେ ରିଲିଜ

141

କନକ ବ୍ୟୁରୋ : ସଲମାନ ଖାନଙ୍କ ଆଗାମୀ ସିନେମା ଟାଇଗର ଥ୍ରୀ ଏବେ ରିଲିଜ ଅପେକ୍ଷାରେ । ଚଳିତ ମାସ ଦିୱାଲିରେ ପରଦାକୁ ଆସିବ ଏହି ସିନେମା । ଏହା ପୂର୍ବରୁ ନିର୍ମାତା ସିନେମାର ନୂଆ ପ୍ରୋମୋ ଭେଟିଦେଇଛନ୍ତି । ଯାହା ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଛାୟିଯାଇଛି ।

ଆଡଭାନ୍ସ ବୁକିଂ ପୂର୍ବରୁ ଆସିଲା ଟାଇଗର ଥ୍ରୀର ନୂଆ ପ୍ରୋମୋ । ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫଙ୍କ ଅଭିନିତ ଏହି ସିନେମାର ରିଲିଜ ନେଇ ଅପେକ୍ଷା କରି ବସିଛନ୍ତି ଫ୍ୟାନ୍ସ । ଏହାରି ଭିତରେ ନିର୍ମାତା ଏବେ ଦର୍ଶକଙ୍କ ପାଇଁ ନୂଆ ଧମାକାଦାର ପ୍ରୋମୋ ଭେଟିଦେଇଛନ୍ତି । ପ୍ରୋମୋର ଆରମ୍ଭ ହୋଇଛି ଖଳନାୟକ ଆତିଶଙ୍କ ଭୂମିକାରେ ଥିବା ଇମ୍ରାନ ହାସମିଙ୍କ ଦମଦାର ଡାଇଲଗ୍ରୁ । ୫୦ ସେକେଣ୍ଡର ଏହି ପ୍ରୋମୋରେ ଭରଫୁର ଆକ୍ସନ ସିନ୍ ବି ରହିଛି । ରିଲିଜ ହେବା ମାତ୍ରେ ଏହା ଏବେ ସୋସିଆଲ ମିଡିଆରେ ଛାୟିଯାଇଛି ।

ସଲମାନ ଖାନ୍ ଓ କ୍ୟାଟ୍ରିନାଙ୍କ ଏହି ବହୁପ୍ରତୀକ୍ଷୀତ ସିନେମା ଏଥର ଦିୱାଲି ଅବସରରେ ୧୨ ନଭେମ୍ବରରେ ପରଦାକୁ ଆସିବାକୁ ଯାଉଛି । ରିଲିଜକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ଏବେ ଏହାର ଆଡଭାନ୍ସ ବୁକିଂକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ଏଥିପାଇଁ ୫ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଆଡଭାନ୍ସ ବୁକିଂ । ହିନ୍ଦୀ ଭାଷା ବ୍ୟତିତ ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ୍ ଆଦି ୫ଟି ଭାଷାରେ ମୁକ୍ତିଲାଭ କରିବ ଭାଇଜାନଙ୍କ ଏହି ସିନେମା । ମନିଷ ଶର୍ମା ସିନେମାର ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ୟାଇଆରଏଫ ସ୍ପାଏ ୟୁନିର୍ଭସ ଏହାର ପ୍ରଯୋଜନା ଦେଇଛି ।