ସୂତା କଟାଳିରୁ ସିଙ୍ଗର : ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବଇଁଚୁଆଁର ପ୍ରମିଳା ସାହୁ

142

କନକ ବ୍ୟୁରୋ : ଦିନେ ଛିଡ଼ା ହେବାକୁ ବଳ ନଥିଲା ପଢ଼ିବାକୁ ବି ସମ୍ବଳ ନଥିଲା । ଦିବ୍ୟାଙ୍ଗ ହେତୁ ପିଲାଟି ବେଳୁ ଆଶାବାଡ଼ି ସହାୟତାରେ ଜୀବନ କାଟୁଛନ୍ତି । ତଥାପି ଜୀବନ ଯୁଦ୍ଧରେ ହାରିନାହାନ୍ତି । ଜୀବନ ସଂଘର୍ଷରୁ ନେଇଥିବା ସଂକଳ୍ପ ଶେଷରେ ସଫଳ ହୋଇଛି । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବାଲିଅନ୍ତା ଥାନା ବଇଁଚୁଆଁର ପ୍ରମିଳା ସାହୁ । ଭିନ୍ନକ୍ଷମ ନିଯୁକ୍ତି ସେବା କେନ୍ଦ୍ରରୁ ତାଲିମ ନେବା ସହ ସେ ଗୀତ ଗାଉଛନ୍ତି ।

ଶିକ୍ଷକ ହେବା ଲାଗି ଓଟିଇଟି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ଭବିଷ୍ୟତରେ ପ୍ରମିଳା ଜଣେ ଶିକ୍ଷକ ହେବା ସହିତ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ପରିସ୍ଥିତିରେ ପଡ଼ି ପ୍ରମିଳା ତାମିଲନାଡ଼ୁର ଏକ ସୂତା କମ୍ପାନୀରେ କାମ କରୁଥିଲେ । ତାମିଲନାଡ଼ୁରୁ ଘରକୁ ଫେରି ଗୁରୁ ଅକ୍ରୁର ସାହୁଙ୍କଠାରୁ ସଙ୍ଗିତ ଶିଖି ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ଗାଇ ସମସ୍ତଙ୍କର ଜିଣୁଛନ୍ତି । ଏହାସହ ଟ୍ରାଇବାଲ ଆର୍ଟ ଓ ସିଲାଇ ପ୍ରତିଯୋଗୀତାରେ ଭାଗନେଇ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।