୪୦୦ ଦୀପ ଭିତରେ ନାଚିବେ ଦୀପିକା ! ଚର୍ଚ୍ଚାରେ ସିନେମା ‘ପଦ୍ମାବତୀ’ର ଗୀତ ‘ଘୁମର୍’

55

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ସିନେମା ‘ପଦ୍ମାବତୀ’ର ପ୍ରଥମ ଗୀତ ‘ଘୁମର’ ଏବେ ଚର୍ଚ୍ଚାରେ । ଗୀତର ସୁଟିଂ ପାଇଁ ଚିତୋଡଗଡ ଦୁର୍ଗକୁ ସଞ୍ଜୟ ଦେଇଛନ୍ତି ନୂଆ ଲୁକ୍ । ପୁରା ସେଟକୁ ଆଲୋକମୟ କରିବା ପାଇଁ ସେ ୪୦୦ ଦୀପର ବ୍ୟବହାର କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ୨ ଦିନ ସମୟ ଲାଗିଥିଲା ।

ଏହା ସହ ଗୀତରେ ସଞ୍ଜୟ ସେହି ଭବ୍ୟତାର ବ୍ୟବହାର କରିଛନ୍ତି ଯେଉଁଥି ପାଇଁ ସେ ପ୍ରସିଦ୍ଧ । ପ୍ରାୟ ୧୦୦ ଲୋକ ୪୦ ଦିନ ପରିଶ୍ରମ କରି ଏହି ଦୁର୍ଗକୁ କରିଛନ୍ତି ପୁନର୍ନିମାଣ । କାନ୍ଥରେ ତିଆରି କରିଛନ୍ତି ରାଜସ୍ଥାନୀ ପେଟିଂଙ୍ଗ୍ । ଗୀତ ଓ ଏହି ସେଟକୁ ସଂପୂର୍ଣ୍ଣ ରାଜକୀୟ ଢାଂଚାରେ ତିଆରି କରିଛନ୍ତି ନିର୍ଦ୍ଦେଶକ ସଞ୍ଜୟଲୀଲା ଭନସାଲୀ ।

ଏହି ଗୀତରେ ନାଚ ଶିଖିବା ପାଇଁ ଦୀପିକାଙ୍କୁ ଦେଢ ମାସ ସମୟ ଲାଗିଥିଲା । ଦୀପିକାଙ୍କ ବ୍ୟତୀତ ସିନେମାରେ ଅଛନ୍ତି ସାହୀଦ୍ କପୁର୍, ରଣବୀର୍ ସିଂହ ଓ ଅଦିତୀ ରାଓ ହାଇଦରୀ । ସିନେମାଟି ୧୭ ନଭେମ୍ବର ୨୦୧୭ ରୂପେଲୀ ପରଦାକୁ ଆସିବ ।