ଶବ ପାଉନି ସମ୍ମାନ : କେବେ କାନ୍ଧରେ ତ କେବେ ସାଇକେଲରେ ବୁହା ହେଉଛି ଶ୍ମଶାନ

161

କନକ ବ୍ୟୁରୋ : ସାଇକେଲରେ ବୁହାହେଲା ଶବ । ସୋନପୁର ଜିଲ୍ଲା ବିନିକା ମେଘଲା ଗାଁର ରୁକ୍ମିଣୀ ସାହୁ ଅଂଶୁଘାତର ଶିକାର ହୋଇ ବିନିକା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହାପରେ ଡାକ୍ତର ମହିଳାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛନ୍ତି ।

ହେଲେ ଶବକୁ ତୁରନ୍ତ ନେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ । ଅନ୍ୟପଟେ ହସ୍ପିଟାଲରେ ମହାପ୍ରୟାଣ ଗାଡି ନମିଳିବାରୁ ସାଙ୍ଗରେ ଆସିଥିବା ବ୍ୟକ୍ତି କିଛି ଉପାୟ ନପାଇ ସାଇକେଲରେ ଶବକୁ ନେଇ ଯାଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ଜିଲ୍ଲାର ଏହି ଘଟଣା ଏବେ ଚର୍ଚ୍ଚା ସାଉଁଟିଛି ।