ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ଦାରୁଠେଙ୍ଗ ଗ୍ରାମବାସୀ । ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ସହାୟତା

111

କନକ ବ୍ୟୁରୋ : ଦାରୁଠେଙ୍ଗ ଡମ୍ପିୟାଡ଼ ଗାଡ଼ି ଦୁର୍ଘଟଣା ହଟିଲା ଧାରଣା । ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ଦାରୁଠେଙ୍ଗ ଗ୍ରାମବାସୀ । ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ସହାୟତା ରାଶି । ଜଣେ ପରିବାର ସଦସ୍ୟଙ୍କୁ ମିିଳିବ ଚାକିରି । ସୂଚନା ଅନୁସାରେ ଭୁବନେଶ୍ୱର ଦାରୁଠେଙ୍ଗ ଅଂଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ବିଏମସିର ଅଳିଆ ବୋଝେଇ ଗାଡି ଚଢିଯିବା ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଏଭଳି ବେପରୁଆ ଗାଡି ଚାଳନାକୁ ବିରୋଧ କରି ସ୍ଥାନୀୟ ଦାରୁଠେଙ୍ଗବାସୀ ରାସ୍ତା ଅବରୋଧ କରିଥିଲେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମ ଗାଗରେଇ । ଘଟଣା ସ୍ଥଳରେ ବିଏମସି କମିଶନର ବିଜୟ ଅମୃ୍ତ କୁଲାଙ୍ଗେ ଏବଂ ବିଏମସି ମେୟର ସୁଲୋଚନା ଦାସ ପହଂଚି ଉତେଜିତ ଲୋକଙ୍କୁ ବୁଝାଇଥିଲେ । ସୂଚନା ମୁତାବକ ରାମ ଆଦିବାସୀ ସ୍କୁଲ କିସ୍ରେ ପଢୁଥିବା ତାଙ୍କ ପୁଅକୁ ଦେଖା କରିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଦାରୁଠେଙ୍ଗବାସୀଙ୍କ ଧାରଣା ପାଇଁ କିଛି ଘଂଟା ଯାତ୍ରାୟତ ବାଧାପ୍ରାପ୍ତ ହୋଇଥିଲା ।