ବିହାରର ଏକ ବିଶ୍ୱବିଦ୍ୟାଳୟରେ ଅଜବ କାରନାମା, ରାଜ୍ୟପାଳଙ୍କୁ କରିଦେଲେ ପରୀକ୍ଷାର୍ଥୀ

181

କନକ ବ୍ୟୁରୋ : ବିହାର ଦରଭଙ୍ଗାରେ ତିବା ଲଲିତ ନାରାୟଣ ମିଥିଲା ବିଶ୍ୱ ବିଦ୍ୟାଳୟ ସବୁବେଳେ ତାର କାମ ପରିବର୍ତ୍ତେ କାରନାମାକୁ ନେଇ ଚର୍ଚ୍ଚାରେ ଥାଏ । ପୂର୍ବକଥା ଛାଡି ଏବେକାର କଥା ଯଦି ଆପଣ ଜାଣିବେ ତେବେ ଚକିତ ହୋଇଯିବେ । ଏବେ ଏହି ବିଶ୍ୱବିଦ୍ୟାଳୟ ରାଜ୍ୟପାଳଙ୍କୁ ନିଜ କଲେଜର ପରୀକ୍ଷାର୍ଥୀ କରିଦେଇଛନ୍ତି । ସ୍ନାତୋକ ତୃତୀୟ ପାର୍ଟ ପରୀକ୍ଷାରେ ପିଲାଙ୍କୁ ମିଳିଥିବା ଆଡମିଟ କାର୍ଡରେ ରହିଛି ମହାମହିମ ରାଜ୍ୟପାଳ ଫଗୁ ଚୌହାନଙ୍କ ଫଟୋ ।

ରାଜ୍ୟପାଳ ଫାଗୁ ଚୌହାନଙ୍କ ଫଟୋ ଆଡମିଟ କାର୍ଡରେ ଜାରି କରିବା ପରେ ଏହି ଆଡମିଟ କାର୍ଡ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏନେଇ ବିଶ୍ୱବିଦ୍ୟାଳୟର କୁଳସଚିବ ଡାକ୍ତର ମୁସ୍ତାକ ଅହମ୍ମଦ ନିଜେ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏନେଇ ବିଶ୍ୱବିଦ୍ୟାଳୟର ଭୁଲକୁ ସ୍ୱୀକାର କରିଛନ୍ତି କୁଳସଚିବ । ହେଲେ ଏଥିରେ ଛାତ୍ର ଓ ସାଇବର କାଫେ ଉପରେ ସମସ୍ତ ଦୋଷ ଲଦିଛନ୍ତି । ସେ କହିଛନ୍ତି କି ଏଭଳି କାମ ସଂପୃକ୍ତ ଛାତ୍ରଙ୍କ ଦ୍ୱାରା କରାଯାଇଛି । ଛାତ୍ର ଓ ସାଇବର କାଫେ ମିଶି ବିଶ୍ୱବିଦ୍ୟାଳୟକୁ ବଦନାମ କରିବାକୁ ଏଭଳି କରିଥାଇ ପାରନ୍ତି ବୋଲି ସେ କହିଛନ୍ତି ।

ସେପଟେ ଭବିଷ୍ୟତରେ ଏଭଳି ଭୁଲ ଯେଭଳି ନହେବ ସେନେଇ ନଜର ରଖାଯିବ ବୋଲି କୁଳସଚିବ କହିଛନ୍ତି । ସେ କହିଛନ୍ତି କି ବିଶ୍ୱ ବିଦ୍ୟାଳୟରେ ହଜାର ହଜାର ଛାତ୍ର ରହିଥିବାରୁ ସମସ୍ତଙ୍କ ଫଟୋକୁ ନଜର କରିବା ସମ୍ଭବ ନୁହେଁ ।