ସମାଜବାଦୀ ପାର୍ଟିକୁ ବଡ ଝଟକା । ଦଳରୁ ଇସ୍ତଫା ଦେଲେ ଦାରା ସିଂ ଚୌହାନ

644

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟକା ଲାଗିଛି । ଶନିବାର ଦିନ ଦଳର ବରିଷ୍ଠ ନେତା ଦାରା ସିଂ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଗତବର୍ଷ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ଦାରା ସିଂ ଚୌହାନ ଏବେ ଦିଲ୍ଲୀରେ ଅଛନ୍ତି । ଆକଳନ କରାଯାଉଛି କି ସେ ଖୁବଶୀଘ୍ର ପୁଣି ବିଜେପିରେ ଯୋଗ ଦେଇପାରନ୍ତି । ହେଲେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେବା ପରେ ଦାରା ସିଂ ବିଜେପି ଉପରେ ଖୁବ୍ ବର୍ଷିଥିଲେ । ସେତେବେଳେ ସେ କହିଥିଲେ କି ବିଜେପିର ସବକା ସାଥ୍ ସବକା ବିକାଶ କେବଳ ନାରା । କିନ୍ତୁ ବିଜେପି ସମସ୍ତଙ୍କ ସାଥିରେ ରହି କେବଳ କିଛି ଲୋକଙ୍କ ବିକାଶ ପାଇଁ କାମ କରୁଛି ବୋଲି ସେ ଅଭିଯୋଗ କରିଥିଲେ ।

କେବଳ ସେତିକି ନୁହେଁ ଦାରା ସିଂ ବିଜେପି ଉପରେ ଅଭିଯୋଗ ଆଣି କହିଥିଲେ କି ଗରିବ ଲୋକଙ୍କ କିଛି ଖାଦ୍ୟ ଓ ଲୋଭ ଦେଖାଇ ସେମାନଙ୍କୁ ଗୋଲାମ କରି ରଖିବାକୁ ବିଜେପି ଷଡଯନ୍ତ୍ର କରୁଛି । ହେଲେ ଏବେ ଗରିବ ଓ ପଛୁଆବର୍ଗର ଲୋକ ବିଜେପିର ଷଡଯନ୍ତ୍ରକୁ ବୁଝିସାରିଛନ୍ତି ।

ଦାରା ସିଂ ସମାଜବାଦୀ ପାର୍ଟିରେ ଯୋଗ ଦେବା ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ । ଏହାପରେ ସେ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ।